ମାଷ୍ଟର କ୍ୟାଣ୍ଟିନ୍‌ରୁ ଉଠିଲା ମାଇଷ୍ଟ ମାଇଣ୍ଡର ଉଠା ଦୋକାନ: ତଡ଼ିପାର କରିବାକୁ ପୋଲିସ କମିଶନରଙ୍କୁ ସୁପାରିସ୍

ଭୁବନେଶ୍ୱର: ଆକ୍ସନ ପରେ ରିଆକ୍ସନ। ମାଷ୍ଟର କ୍ୟାଣ୍ଟିନରେ ବୁଲିଲା କ୍ରେନ। ଉଠିଲା ମାଷ୍ଟର ମାଇଣ୍ଡର ଉଠା ଦୋକାନ । ଆତଙ୍କ ରଚୁଥିବା ଅଭିଯୁକ୍ତମାନଙ୍କୁ ତଡ଼ିପାର କରିବାକୁ ପୋଲିସ କମିଶନରଙ୍କୁ ସୁପାରିସ । ସୋମବାର ଷ୍ଟେସନ ଛକରେ ରକ୍ତପାତ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ରାଜା ବେହେରା ଦୋକାନକୁ ଉଠେଇ ନେଇଛି କ୍ୟାପିଟାଲ ଥାନା ପୋଲିସ । ରାଜା ଦୋକାନରେ ନିଶା କାରବାର କରିବା ସହ କିଛି ନିସାଡି ଯୁବକଙ୍କୁ ନେଇ ଖଟି କରୁ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ  ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା । ଆଗକୁ ଏଭିଳି ଅସମାଜିକ ପରିସ୍ଥିତି ସୃଷ୍ଟି ଆଶଙ୍କାରେ ପୋଲିସ ଆକ୍ସନ ମୋଡ଼କୁ ଆସିଛି । ରାଜାର ଠେଲା ଦୋକାନ, ନିଶା ଦ୍ରବ୍ୟ ଓ ୨ଟି ବାଇକ ଜବତ କରିଛି। । କିଛିଦିନ ତଳେ ଛକ ଉପରେ  ସେକ ସାହିଦ ଓ ରାଜା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । ଗତକାଲି ପ୍ରତିଶୋଧ ନେବାକୁ ଯାଇ ମୁଖ୍ୟ ଅଭିଯୁକ୍ତ ରାଜା ଦାଶ ପନ୍ଦର ଜଣକୁ ନେଇ ସାହିଦକୁ ଆକ୍ରମଣ କରିଥିଲା ।

ମାଷ୍ଟରକ୍ୟାଣ୍ଟିନ ଦୁଇ ଗୋଷ୍ଠିଙ୍କ ମଧରେ ମାରପିଟ ଘଟଣା ପରେ ଅଭ୍ୟାସ ଗତ ପେଶାଦାର ଅପରାଧୀଙ୍କୁ ତଡ଼ିପାର କରିବା ପାଇଁ ସିପିଙ୍କୁ  ସୁପାରିସ୍ କରିଛନ୍ତି ଡିସିପି । ପୂର୍ବରୁ ନୟାପଲ୍ଲୀ ଓ ସିଆରପି ସମେତ ବିଭିନ୍ନ ସ୍ଥାନର ଅଭ୍ୟାସ ଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରୁଛି ପୋଲିସ।  ଆହତ ସେକ ସାହିଦ ବିରୋଧରେ ୬ଟି ମାମଲା ରହିଛି ।  ଗତ ବର୍ଷ ଭୁବନେଶ୍ୱରରେ ଦାଦାଵଟି , ହଣକଟା, ମାରପିଟ ମାମଲାରେ ୧୬ ଜଣକ ବିରୋଧରେ ଏନଏସଏ ଲଗାଇଥିଲା ପୋଲିସ ।

ମୁଖ୍ୟ ଅଭିଯୁକ୍ତ ରାଜା ସମେତ ୨ଜଣକୁକୁ କୋର୍ଟ ଚାଲାଣ କରାଯାଇଛି । ୧୦ରୁ ଅଧିକ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଅନ୍ୟ ପଟେ ୪ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଖାରବେଳନଗର, କ୍ୟାପିଟାଲ ଓ ରେଳବାଇ ଭଳି ତିନି ତିନୋଟି ଥାନା ଥିଲେ ମଧ୍ୟ ଏଭଳି ଘଟଣା ଘଟିବା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠାଇଛି ପ୍ରଶ୍ନ  ।

ଏଥିସହିତ ପଢ଼ନ୍ତୁ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Leave a Reply