spot_img

Latest Posts

ବାହାଘର ଶୋଭାଯାତ୍ରା ବେଳେ ଗଣ୍ଡଗୋଳ, ଜଣେ ଗୁରୁତର

ବାହାଘର ଶୋଭାଯାତ୍ରା ବେଳେ ଗଣ୍ଡଗୋଳ, ଜଣେ ଗୁରୁତର । ପୋଲସରା ଟାଉନ ଓ୍ବାର୍ଡରେ ଘଟିଛି ଅଭାବନୀୟ ଘଟଣା। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଯୁବକଙ୍କ ନାମ ଆକାଶ ଜେନା । ବଡ ଭାଇ ରିଙ୍କୁ ଜେନାଙ୍କ ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌରଙ୍କ ଅନ୍ୟ ସହଯୋଗୀ ମିଶି ଆକାଶକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆକାଶଙ୍କ ଅନ୍ତବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Latest Posts

Don't Miss