ଗତ ୧୦ ବର୍ଷରେ ଖସି ଯାଇଛନ୍ତି ୮ ହଜାର ଅଭିଯୁକ୍ତ

Poor Investigation Of Excise Department In NDPS Act, Over 8000 Accused Released  

ଭୁବନେଶ୍ୱର: ନିଶା ମାଫିଆଙ୍କ ବିରୋଧରେ ପ୍ରମାଣ ଯୁଟାଇ ପାରୁନି ଅବକାରୀ ବିଭାଗ । ପ୍ରମାଣ ଅଭାବ ଓ ସାକ୍ଷୀଙ୍କ ବୟାନ ପରିବର୍ତ୍ତନ ପାଇଁ ଗତ ୧୦ ବର୍ଷରେ ଖସିଯାଇଛନ୍ତି ୮ ହଜାର ଅଭିଯୁକ୍ତ । ଫଳରେ ଜେଲରୁ ବାହାରି ପୁଣି ଆରମ୍ଭ କରୁଛନ୍ତି ନିଶା ବେପାର ।

 Poor Investigation Of Excise Department In NDPS Act, Over 8000 Accused Released  

ଗିରଫ ମାଳମାଳ, ତଦନ୍ତ ଦୁର୍ବଳ । ଘଟଣା ବଖାଣିବାକୁ ସାକ୍ଷୀ ଅମଙ୍ଗ । ନିର୍ଦ୍ଦୋଷରେ ଖସିଯାଉଛନ୍ତି ନିଶା ମାଫିଆ । ରାଜ୍ୟରେ ଏନଡିପିଏସ୍ ଓ ଅବକାରୀ ମାମଲାରେ ଗତ ୧୦ ବର୍ଷ ମଧ୍ୟରେ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି ୮ ହଜାର ଅଭିଯୁକ୍ତ । ଅନୁଗୁଳ ଜିଲ୍ଲାର ୧୦ ବର୍ଷରେ ସର୍ବାଧିକ ୪ ହଜାର ୫ ଶହ ମାମଲା ରୁଜୁ ହୋଇଥିବା ବେଳେ ସଜ୍ଜା ପାଇଛନ୍ତି ମାତ୍ର ୪୩୫ ଜଣ । ସେହିପରି ଏନଡିପିଏସ୍ ମାମଲାରେ ସାରା ରାଜ୍ୟରେ ୨୩୫ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ସଜ୍ଜା ପାଇଛନ୍ତି ମାତ୍ର ଜଣେ । ସେହିପରି ଏନଡିପିଏସ କେସରେ ନୂଆପଡ଼ା ଜିଲ୍ଲାରେ ଗତ ଦଶବର୍ଷରେ ୩୦ଟି ମାମଲା, ଝାରସୁଗୁଡ଼ାରେ ୧୬ଟି, କେନ୍ଦୁଝର ଜିଲ୍ଲାରେ ୨୩ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ମାତ୍ର ଜଣେ ସଜ୍ଜା ପାଇଛନ୍ତି ।

 Poor Investigation Of Excise Department In NDPS Act, Over 8000 Accused Released  

ଆବଶ୍ୟକୀୟ ପ୍ରମାଣ ଅଭାବ ଓ ସାକ୍ଷୀ ବୟାନ ବଦଳାଇବା ଘଟଣା ଅବକାରୀ ବିଭାଗ ପାଇଁ ଚିନ୍ତା ବଢ଼ାଇଛି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଗାଇଡଲାଇନ୍ ଅନୁଯାୟୀ ଅଭିଯୁକ୍ତ ଖସିଗଲେ, ତାର ଉପଯୁକ୍ତ ତଦନ୍ତ ହେବାକଥା । ତଳ କୋର୍ଟ ଜାମିନ ଦେଲେ ଅବକାରୀ ବିଭାଗ ଉପର କୋର୍ଟକୁ ଯିବା କଥା । କିନ୍ତୁ ଏହାକୁ ଗୁରୁତ୍ୱ ନଦେବାରୁ ଦଣ୍ଡିତ ହେଉନାହାଁନ୍ତି ପେଶାଦାର ନିଶା ବେପାରୀ । ଫଳରେ ସେମାନେ ଜେଲରୁ ବାହାରି ପୁଣି ନିଶା ବେପାରରେ ଲିପ୍ତ ରହୁଛନ୍ତି ।

Leave a Reply