ସରିଲା ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି, କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

1 min read

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ।

ପ୍ରଦୀପଙ୍କୁ ୨ଦିନରେ ମାରାଥନ ଜେରା କରିଥିଲା ତଦନ୍ତକାରୀ ଦଳ । ଆକଶଙ୍କୁ କୋର୍ଟରୁ ଆଣି ହାଜର କରିବା ପୂର୍ବରୁ ପିଟର ଦେଇଥିବା ତଥ୍ୟକୁ ନେଇ ପ୍ରଦୀପ ଓ ଆକାଶଙ୍କୁ ଦ୍ୱିତୀୟ ଦିନରେ ମଧ୍ୟ ରାଉଣ୍ଡଅପ୍ କରାଯାଇଥିଲା। କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ ରହିଛନ୍ତି ଆକାଶ-ପ୍ରଦୀପ ଠକେଇର ମିଡିଲମ୍ୟାନ ସର୍ବେଶ୍ୱର ରାଓ।

ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଛନ୍ତି ଜୁନିୟର ପାଠକ ଓ ପାଣିଗ୍ରାହୀ । ଓଡିଶା, ପାଟଣା ଛଡା ଆଉ କେଉଁ କେଉଁଠି ଟଙ୍କା ଲୁଟିଛନ୍ତି ? ଆହୁରି କେତେ ଯୁବକ ଯୁବତୀ ଏହି ଠକାମିର ଶିକାର ହୋଇଛନ୍ତି ? ଠକେଇ ଟଙ୍କା କାହା ଆକାଉଣ୍ଟକୁ କେତେ କେତେ ଟଙ୍କା ଯାଇଛି ? ଠକେଇ ଟଙ୍କା କେଉଁଠାରେ ବିନିଯୋଗ ହୋଇଛି ? ଏହି ଟଙ୍କାରେ କୋଠା, ପ୍ଳଟ ଓ ଅନ୍ୟ ସାମଗ୍ରୀ କିଣାଯାଇଛି କି ? ଯଦି କିଣାଯାଇଛି କାହା କାହା ନାଁରେ ରହିଛି ? ସେ ସବୁର ଖୋଳତାଡ କରୁଛି ଟିମ ।

ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କାର କାରବାରକୁ ନେଇ ରିମାଣ୍ଡରେ ଖୋଳତାଡ଼ ଚାଲିଛି । ଏ ଟଙ୍କାର ଇନକମ ସୋର୍ସ କଣ ଥିଲା ? କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସହଯୋଗୀମାନେ ଟଙ୍କା ଦେଇଥିଲେ ବୋଲି ପ୍ରଦୀପଙ୍କୁ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ। ସେପଟେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁରରେ ତନାଘନା କରୁଛି ଭିଜିଲାନ୍ସ ଟିମ୍ । ଡିଏସପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । ଜାଲ ନିଯୁକ୍ତି ତାଲିକାରେ ୧୨୦ରୁ ଅଧିକ ପ୍ରାର୍ଥୀ ଠକେଇର ଶିକାର ହୋଇଥିବା ତାଲିକା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଠକାମିର ଶିକାର ହୋଇଛନ୍ତି, ତାହାର ପ୍ରମାଣ ଯୋଗାଡ କରୁଛି ଟିମ୍ । ଅନ୍ୟପଟେ ସ୍କାଏ କିଙ୍ଗରେ ୬୫ ଲକ୍ଷ ଟଙ୍କା ଠକେଇରେ କମିଶନରେଟ ପୋଲିସ ଖୁବ ଶୀଘ୍ର ଆକାଶ ପାଠକକୁ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।

Leave a Reply