ଗର୍ଭବତୀଙ୍କୁ ମାଡ଼ ମାରିବା ସହ ବସ୍ଉଠ୍ କରାଇଲେ ଫରେଷ୍ଟ ଗାର୍ଡ

1 min read

ମୟୂରଭଞ୍ଜ: ଗର୍ଭବତୀଙ୍କୁ ନିସ୍ତୁକ ମାରିଲେ କେବଳ ସେତିକି ନୁହେଁ ତାଙ୍କୁ ଉଠବସ୍ ମଧ୍ୟ କରାଇଲେ ଫରେଷ୍ଟ ଗାର୍ଡ । ତେବେ ଏହି ମାଡ଼ ସାମାନ୍ୟ କାଠ ଚୋରୀ ପାଇଁ ହୋଇଥିବା ସୂଚନା ମିଳିଛି ।

କାଠ ଚୋରି ଅଭିଯୋଗରେ ଗର୍ଭବତୀ ମହିଳାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଫରେଷ୍ଟ ଗାର୍ଡ । ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବାର୍ହାପାଣପୋଷି ଗାଁରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । କାଠ ଚୋରି ଘଟଣାର ପଚରାଉଚରା କରିବାକୁ ଗାଁକୁ ଯାଇଥିବା ଫରେଷ୍ଟ ଗାର୍ଡ ଜଣେ ବୃଦ୍ଧା ଓ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିସହ ଗର୍ଭବତୀ ମହିଳାଙ୍କୁ ଉଠବସ କରାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ପ୍ରଥମେ ତାଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କରଞ୍ଜିଆ ଉପଖଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ କରଞ୍ଜିଆ-ବାରିପଦା ମୁଖ୍ୟ ରାସ୍ତାର ତାଟ ଛକରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ କରଞ୍ଜିଆ ଓ ଯଶୀପୁରକୁ ଯାତାୟତ ଠପ୍‌ ହୋଇଯାଇଛି। କରଞ୍ଜିଆ ଥାନାରେ ସଂପୃକ୍ତ ଫରେଷ୍ଟ ଗାର୍ଡଙ୍କ ନାଁରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave a Reply