ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ବିମାନବନ୍ଦରରେ ସ୍ୱାଗତ କରିବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା ୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକଙ୍କୁ ଏୟାରପୋର୍ଟରେ ସ୍ବାଗତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ପୁରୀ ରାଜଭବନରେ ପହଞ୍ଚି ସ୍ୱଳ୍ପ ରହଣୀ ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ରହିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନଜରରେ ରଖି ଅପରାହ୍ନ ୪ ଟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯିବ ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଗୌଡୀୟ ମଠକୁ ଯାଇ ଆଳତି କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫ ମିନିଟ ବିତାଇବେ । ଏହାପରେ ଶରଧାବାଲି ଯାଇ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବିଶ୍ବବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗ ଦେବେ । ସେପଟେ ଗଜପତି ମହାରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗଦେଇପାରିବେନି ବୋଲି ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave a Reply