ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ଅଭିଭାଷଣ ରଖିଲେ ରାଷ୍ଟ୍ରପତି

President Ramnath Kovind Addressing Parliament Budget Session

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମହାମାରୀ କରୋନା କାଳର ଏହା ତୃତୀୟ ବର୍ଷ । କରୋନା କାଳରେ ଆମେ ଭାରତୀୟଙ୍କ କର୍ତ୍ତବ୍ୟ ପରାୟଣ ଦେଖିଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପ୍ରଣାମ ଜଣାଇଛନ୍ତି ।

ସରକାର ଆଗାମୀ ୧୨୫ ବର୍ଷ ଲାଗି ମଜଭୁତ୍ ଭିତ୍ତିଭୂମି ଲାଗି କାମ କରୁଛନ୍ତି । ଶସକ୍ତ ଭାରତ ନିର୍ମାଣ ସହ ଆତ୍ମନିର୍ଭର ଭାରତ ଉପରେ କାମ କରୁଛି । କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଦେଶରେ ବହୁ ଲୋକ ସମ୍ପର୍କୀୟଙ୍କୁ ହରାଇଛନ୍ତି । କୋଭିଡକୁ ହରାଇବା ଲାଗି ସମସ୍ତେ ଏକାଠି କାମ କରୁଛନ୍ତି । ସରକାର ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟ ଆମକୁ କରୋନା ମୁକାବିଲାରେ ସଫଳ କରାଇଛି । ଗୋଟିଏ ବର୍ଷ ମଧ୍ୟରେ ୧୫୦ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକାକରଣ ହୋଇଛି । ଟିକାକରଣ ଯୋଗୁ ନାଗରିକଙ୍କ ସୁରକ୍ଷା ସହ ମନୋବଳ ବଢ଼ିଛି । ଏବେ ସୁଦ୍ଧା ଭାରତ ୮ଟି ଭ୍ୟାକ୍ସିନ୍ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ ଦେଇଛି । ଭାରତରେ ତିଆରି କୋଭିଡ୍ ଟିକା କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ପ୍ରଂଶସିତ ହୋଇଛି ।

ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଉପକୃତ ହେଉଛନ୍ତି । ୮ ହଜାରରୁ ଅଧିକ ଜନଷୌଧି କେନ୍ଦ୍ରରେ କମ ଦରରେ ଔଷଧ ମିଳୁଛି । କରୋନା କାଳରେ ଭାରତୀୟ ଫାର୍ମା ସେକ୍ଟର ଭଲ କାମ କରିଛି । ୧୮୦ ଦେଶରେ ଭାରତରେ ନିର୍ମିତ ଔଷଧ ବ୍ୟବହୃତ ହେଉଛି । ବିବିଧତାରେ ପୂର୍ଣ୍ଣ ଭାରତରେ ରାଷ୍ଟ୍ରସେବାରେ ସବୁ ବର୍ଗ କାମ କରୁଛନ୍ତି । ଗରିବ ଯେଭଳି ଭୋକରେ ନ ରହିବେ, ସେଥିପାଇଁ ସରକାର କାମ କରୁଛନ୍ତି । କରୋନା କାଳରେ ଗରିବଙ୍କ ରୋଜଗାର ଲାଗି ପ୍ରଧାନମନ୍ତ୍ର ସ୍ୱନିଧି ଯୋଜନା କରାଯାଇଛି । ଏଥିରେ ୨୮ ଲକ୍ଷ ଉଠା ଦୋକାନୀ ଉପକୃତ ହୋଇଛନ୍ତି । ଇଶ୍ରମ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି ।

President Ramnath Kovind Addressing Parliament Budget Session

୪୪ କୋଟିରୁ ଅଧିକ ଲୋକ ବ୍ୟାଙ୍କ ସିଷ୍ଟମ ସହ ଯୋଡ଼ି ହୋଇଛନ୍ତି । କରୋନା କାଳରେ ସେମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଗରିବଙ୍କୁ ୨ କୋଟିରୁ ଅଧିକ ଘର ଯୋଗାଇ ଦିଆଯାଇଛି । ପ୍ରତି ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଜଳ ମିଶନ ଆରମ୍ଭ ହୋଇଛି । ପ୍ରାୟ ୬ କୋଟି ଗ୍ରାମୀଣ ଘରକୁ ପିଇବା ପାଣି ମିଳୁଛି । ଗାଁରେ ସମ୍ପତ୍ତି ଦସ୍ତାବିଜ୍ ଦେବା ଲାଗି ସ୍ୱାମୀତ ଯୋଜନା ଲାଭଦାୟକ ହୋଇଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଓ କୃଷକଙ୍କୁ ଆର୍ଥିକ ସ୍ୱଚ୍ଛଳ ଲାଗି ସରକାର କାମ କରୁଛନ୍ତି । ଅମଳ ବଢ଼ିବା ସହ ରପ୍ତାନୀ ବଢ଼ିଛି । କରୋନା କାଳରେ କୃଷି ଟ୍ରେନ୍ ଚାଲିଛି ।

ଦେଶର ୮୦ ପ୍ରତିଶତ କୃଷକ କ୍ଷୁଦ୍ର ଚାଷୀ । ୧୧ କୋଟିରୁ ଅଧିକ ଚାଷୀ ପରିବାରକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଦିଆଯାଇଛି । ଚାଷଜମି ନିକଟରେ ଜରୁରୀ ଭତ୍ତିଭୂମି ଲାଗି ସରକାର କାମ କରୁଛନ୍ତି । ଦେଶରେ ବର୍ଷା ଜଳକୁ ସଂରକ୍ଷଣ ଲାଗି ସରକାର ବିଶେଷ ଅଭିଯାନ ଚଳାଇଛନ୍ତି । ଗ୍ରାମୀଣ ଅର୍ଥନୀତି ବୃଦ୍ଧିରେ ମହିଳାଙ୍କ ଅବଦାନ ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦିଆଯାଉଛି । ଏସଏଚଜି ମହିଳାଙ୍କୁ ଟ୍ରେନିଂ ଦିଆଯାଇ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବା ଯୋଗାଇ ଦିଆଯାଉଛି । ମହିଳା ଶସକ୍ତ ହେଉଛନ୍ତି । ବେଟି ବଚାଅ, ବେଟି ପଢ଼ାଅ ଅଭିଯାନ ସଫଳ ହୋଇଛି । ସରକାର ତିନି ତଲାକକୁ ବେଆଇନ୍ ଘୋଷଣା କରି ବଡ଼ ପଦକ୍ଷେପ ନେଇଛନ୍ତି ।

ରାଷ୍ଟ୍ରୀୟ ରକ୍ଷା ଏକାଡେମୀରେ ମହିଳାଙ୍କୁ ପ୍ରବେଶ ମିଳିଛି । ଦେଶରେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ କରାଯାଇଛି । ଏଥିରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦିଆଯାଇଛି । ସ୍କିଲ୍ ଇଣ୍ଡିଆ ମିଶନରେ ୨ କୋଟିରୁ ଅଧିକ ଯୁବକଙ୍କ କୌଶଳ ବିକଶିତ ହୋଇଛି । ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ୬ଟି ବିଶେଷ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଟୋକିଓ ଅଲମ୍ପିକରେ ଆମେ ଭାରତୀୟ ଯୁବଶକ୍ତିଙ୍କ କ୍ଷମତା ଦେଖିଛେ । ଅଲମ୍ପିକରେ ଭାରତର ଉପସ୍ଥିତି ମଜଭୁତ୍ ପାଇଁ ଖେଳୋ ଇଣ୍ଡିଆ କେନ୍ଦ୍ର ସ୍ଥାପିତ କରାଯାଉଛି ।

Leave a Reply