spot_img

Latest Posts

‘ଭାରତୀୟ ଚେୟାର’ ରୂପେ ଚୟନ ହେଲେ ପ୍ରଫେସର ଅନିଲ କୁମାର ମହାପାତ୍ର

ନନ୍ଦିଘୋଷ ବ୍ୟୁରୋ ; ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ତରଫରୁ ପ୍ରଫେସର ଅନିଲ କୁମାର ମହାପାତ୍ର ସମ୍ମାନଜନକ ‘ଭାରତୀୟ ଚେୟାର’ ରୂପେ ଚୟନ ହୋଇଥିବାର ଗୌରବ ଅର୍ଜନ କରିଛନ୍ତି । ଭାରତ ସରକାର ୩୨ ଗୋଟି ଦେଶ ସହ ବୁଝାମଣାପତ୍ର ସ୍ଵାକ୍ଷର କରି ୪୭ ଗୋଟି ଚେୟାର ପ୍ରତିଷ୍ଠା କରିଛନ୍ତି। ଏହି ଚୟନ ପ୍ରକ୍ରିୟା ବହୁତ ପ୍ରତିଯୋଗିତା ପୂର୍ଣ୍ଣ ଅଟେ  । କାରଣ ଏହା ବିଭିନ୍ନ ବିଭାଗକୁ ବିଚାରକୁ ନେଇଥାଏ ଏବଂ ଯେଉଁମାନଙ୍କ ଚୟନ ହୋଇଥାଏ ସେମାନେ ବର୍ଷେ ବା ଦୁଇବର୍ଷ ବୁଝାମଣା ସ୍ବାକ୍ଷରିତ ହୋଇଥିବା ବିଶ୍ବବିଦ୍ୟାଳୟ ମାନଙ୍କରେ ଆବାସିକ ଭାବେ ରହି ଭାରତର ସଂସ୍କୃତି, ରାଜନୈତିକ ବ୍ୟବସ୍ଥା ଇତ୍ୟାଦି ଉପରେ ସନ୍ଦର୍ଭ ଲେଖିବା, ଗବେଷଣାରେ ସହାୟତା କରିବା ଏସବୁ କାର୍ଯ୍ୟ କରିଥାନ୍ତି। ଭାରତର ସାଂସ୍କୃତିକ ରାଜଦୂତ ଭାବରେ ସେମାନଙ୍କୁ ଗ୍ରହଣ କରାଯାଏ। ସେହି କ୍ରମରେ ପ୍ରଫେସର ଅନିଲ ମହାପାତ୍ର କାଠମାଣ୍ଡୁର ତ୍ରିଭୁବନ ବିଶ୍ବବିଦ୍ୟାଳୟରେ ସେହି ଭାରତୀୟ  ଶିକ୍ଷା ଚେୟାର ମଣ୍ଡନ କରିବେ। ଆଗରୁ ପ୍ରଫେସର ମହାପାତ୍ର ଅକ୍ସଫୋର୍ଡ ଓ ହାଇଡେଲବର୍ଗ ବିଶ୍ବବିଦ୍ୟାଳୟରେ ଫେଲୋସିପ ପାଇ ଗବେଷଣା କରିବାର କୃତିତ୍ବ ଅର୍ଜନ କରିଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଏହି ସମ୍ମାନ ପାଇବାରେ ଓଡିଶାର ସମସ୍ତ ବିଶ୍ବବିଦ୍ୟାଳୟରୁ ବୋଧହୁଏ ପ୍ରଥମ ବ୍ୟକ୍ତି।

Latest Posts

Don't Miss