ଭଦ୍ରକରେ ପୁଣି ବଢ଼ିଲା 144 ଧାରା

ଭଦ୍ରକ: ଭଦ୍ରକରେ ବଢ଼ିଲା ୧୪୪ ଧାରା। ବେଦାନ୍ତ ଫେକର ପରିସର ସହ ୨୦୦ମିଟର ମଧ୍ୟରେ ୧୪୪ ଧାରା କଟକଣା ଅବଧି ବଢ଼ିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବଢ଼ିଲା କଟକଣା ।

ଆସନ୍ତା ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଢ଼ିଲା କଟକଣା ଅବଧି। ପୂର୍ବରୁ ୧୨ରୁ ୧୪ ତାରିଖକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା କଟକଣା । ଚାନ୍ଦିଆରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଦୁର୍ଘଟଣାରେ ଦୁଇ ଶ୍ରମିକ ଗୁରୁତର ହେବାପରେ କମ୍ପାନୀ ପରିସରରେ ଉତ୍ତେଜନା ପରିସ୍ଥିତିକୁ ନେଇ ୨ଶହ ମିଟର ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ।