ସରକାର ଗଢ଼ିଲେ ପ୍ରକଳ୍ପ କାର୍ଯ୍ୟକାରୀ କମିଟି

1 min read
Project Implementation Committee For Redevelopment of SCB Medical College

ଭୁବନେଶ୍ୱର: କଟକରେ ହେବ ବିଶ୍ୱସ୍ତରୀୟ ମେଡିକାଲ୍ । ଆଗେଇ ଚାଲିଛି କାମ । କଟକ ଏସସିବି ମେଡିକାଲର ସମ୍ପ୍ରସାରଣ ସହ ବିଶ୍ୱସ୍ତରୀୟ ମେଡିକାଲ କଲେଜରେ ପରିଣତ ନେଇ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିର ମୁଖ୍ୟ ସିଡିଏ ଅଧକ୍ଷ ଅନୀଲ କୁମାର ସାମଲ ରହିଛି । କମିଟିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, କଟକ ଜିଲ୍ଲାପାଳ, ସିଏମସି କମିଶନର, ଡିଏମଇଟି, ଏସସିବି ଡିନ୍ ଓ ସୁପରିଟେଣ୍ଡେଣ୍ଟଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ରହିଛନ୍ତି ।

୨୦୨୩ ଡିସେମ୍ବର ସୁଦ୍ଧା କାମ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଥି । ଏଥିସହ ସମ୍ପ୍ରସାରଣ ବେଳେ ଉଛେଦ ଓ ଥଇଥାନକୁ ଗୁରୁତ୍ୱ ଦିଆଯିବ । 5T ଅଧିନରେ ଏସସିବିର ନବକଳେବର ହେଉଛି । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ରହିବ । ୧୭୫ ଏକର ଜମିରେ ହେଉଥିବା ଏହି ଏମ୍ସ ପ୍ଲସ୍‌ ମେଡିକାଲରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟାସଂଖ୍ୟା ରହିବ ୩ ହଜାର ୫ ଶହ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ ।

Project Implementation Committee For Redevelopment of SCB Medical College

ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀଡା ଓ ମନୋରଞ୍ଜନ ପାଇଁ ମଧ୍ୟ ସୃଷ୍ଟି କରାଯିବ ଉତ୍ତମ ପରିବେଶ ।

5T ଅଧିନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଜନସାଧାରଣଙ୍କୁ ଉଚିତ୍ ସ୍ୱାସ୍ଥ୍ୟସେବା ଦେବା, ଓଡ଼ିଶା ଲୋକ ଓଡ଼ିଶାରେ ଚିକିତ୍ସା ସୁବିଧା ପାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଦୀର୍ଘ ଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ କରିଛି ।

Leave a Reply