ଫିଲ୍ମ ସୁଟିଂ ବେଳେ ଦୁର୍ଘଟଣା: ସତରେ ଗୁଳି ମାରିଦେଲେ ଅଭିନେତା, ସିନେମାଟୋଗ୍ରାଫରଙ୍କ ମୃତ୍ୟୁ

ହଲିଉଡ ଫିଲ୍ମ ‘ରଷ୍ଟ’ ସୁଟିଂ ସେଟରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଅଭିନେତା ଆଲୋକ୍‌ ବାଲ୍ଡବିନ୍‌ ସୁଟିଂ ସମୟରେ  ଭୁଲରେ ଗୁଳି ଚଳାଇ ଦେଇଛନ୍ତି । ଏହି ଦୁର୍ଘଟଣାରେ ସିନେମାଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଆଲେକ୍‌ ପ୍ରପ୍‌ ଗନ ବ୍ୟବହାର କରିଥିଲେ ।  ସୁଟିଂ ବେଳେ ଆଲେକ୍‌ ଗୁଳି ଚାଳନା କରୁ କରୁ ଗୁଳି ସିଧାସଳଖ ବାଜିଲା ସିନେମାଟୋଗ୍ରାଫର ହଲିନା ହଚିନ୍ସଙ୍କୁ । ଘଟଣା ପରେ ହଲିନାଙ୍କୁ ତତକ୍ଷଣାତ୍‌ ହେଲିକପ୍ଟର ସାହାଯ୍ୟରେ ହସ୍ପିଟାଲ ନେବା ସମୟରେ  ଅଧା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ନିର୍ଦ୍ଦେଶକ ଜୋଏଲ ସୁଜା ମଧ୍ୟ ଆହତ ହୋଇଛନ୍ତି ।

ଏପର୍ଯ୍ୟନ୍ତ ପୋଲିସ କୌଣସି ଅପରାଧିକ ମାମଲା ରୁଜୁ କରିନାହିଁ ।  କିନ୍ତୁ ମାମଲାର ତଦନ୍ତ ଆରମ୍ଭ ହୋଇ ସାରିଛି ।  ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛିଯେ, ବାସ୍ତବରେ ଏଥିରେ ଗୁଳି ଥିଲା ନା ଏଥିରୁ କୌଣସି ପ୍ରୋଜେକ୍ଟାଇଲ ବାହାରିଥିଲା ।

Leave a Reply