spot_img

Latest Posts

SIR ବିରୋଧରେ ଦିଲ୍ଲୀରେ ଆଜି କଂଗ୍ରେସର ରାଲି

ନୂଆଦିଲ୍ଲୀ : ସ୍ଵତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା SIR ବିରୋଧରେ ଦିଲ୍ଲୀରେ ଆଜି କଂଗ୍ରେସର ରାଲି। SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ରାଲିରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ଯୋଗଦେବେ। ବିବାଦୀୟ SIR ପ୍ରକ୍ରିୟା ବିରୁଦ୍ଧରେ ଦିଲ୍ଲୀରେ ରାଲିରେ ଯୋଗ ଦେବେ ବିରୋଧୀ ଦଳ ନେତା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦିଲ୍ଲୀର ରାମଲୀଳା ମଇଦାନ ରାଲିରେ ଅନୁଷ୍ଠିତ ହେବ ଏହି ରାଲି। ଏଠାରେ ଯୋଗ ଦେବାକୁ ହଜାର ହଜାର କର୍ମୀଙ୍କୁ ଏକତ୍ରିତ କରୁଛି କଂଗ୍ରେସ। ଭାରତୀୟ ନିର୍ବାଚନ କମିଶନ ଇସିଆଇର ଏକପାଖିଆ ଏବଂ ମନମୁଖୀ ଭାବରେ ଏସଆଇଆର ପଦ୍ଧତି କାର୍ଯ୍ୟକାରୀ କରି ପ୍ରକୃତ ଭୋଟରଙ୍କୁ ତାଲିକାରୁ ବାଦ ଦେଇଥିବା ଅଭିଯୋଗ କରିଛି ବିହାର କଂଗ୍ରେସ। ଏହା କେବଳ SIR ବିଷୟରେ ନୁହେଁ କେନ୍ଦ୍ର ସରକାରଙ୍କ ରୀତିମତ ବିଫଳତା ବିରୁଦ୍ଧରେ ଏକ ଗଣତାନ୍ତ୍ରିକ ପ୍ରତିରୋଧ।କଂଗ୍ରେସ ଅଭିଯୋଗ କରିଛି ଯେ, SIR ଜରିଆରେ ବିହାରରେ ଅବହେଳିତ ସମ୍ପ୍ରଦାୟ ଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଅପବ୍ୟବହାର କରାଯାଇଥିଲା। ଦିଲ୍ଲୀରେ ବିହାର କଂଗ୍ରେସର ପ୍ରକୃତ ଶକ୍ତି ଦେଖିବ ବୋଲି କହିଛନ୍ତି କଂଗ୍ରେସ ନେତା। ରାମଲୀଳା ମଇଦାନରେ ରାଲିକୁ ଅନେକ ବିରୋଧୀ ଦଳ ଏବଂ ନାଗରିକ ସମାଜ ଗୋଷ୍ଠୀ ମିଳିତ ଭାବରେ ଆୟୋଜନ କରୁଛନ୍ତି। ରାଜସ୍ଥାନ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ମହାରାଷ୍ଟ୍ରର ନେତାମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ରାମଲୀଳା ମୈଦାନରେ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ସମାଗମ ସମ୍ଭାବନା ରହିଛି।

Latest Posts

Don't Miss