spot_img

Latest Posts

ପଞ୍ଜାବର ଚାଷୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ

ଚଣ୍ଡିଗଡ଼ : ଆଜିଠାରୁ ପଞ୍ଜାବର ଚାଷୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ। ୪ ଦଫା ଦାବି ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ସେମାନେ ରାସ୍ତାରୋକ କରି ସରକାରଙ୍କୁ ଚେତାବନୀ ଦେଇଥିଲେ। ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ସଙ୍ଗରୁର୍‌, ମୋଙ୍ଗା ଜିଲ୍ଲାର ଗୋଟିଏ ଲେଖାଏଁ ସ୍ଥାନ, ପଖୱାରା ଓ ବାଟଲାରେ ଏହି ଆନ୍ଦୋଳନ କରାଯିବ। ଧାନ କିଣାରେ ବିଭ୍ରାଟ, ଧାନ ଉଠାଣରେ ଅବ୍ୟବସ୍ଥା, ଆବଶ୍ୟକ ମୁତାବକ ଡିଏପି ସାର ଯୋଗାଣ ହେଉନଥିବା ଓ ନଡ଼ା ପୋଡ଼ିକୁ ନେଇ ଏହି ଆନ୍ଦୋଳନ କରାଯାଉଛି। ନଡ଼ା ପୋଡ଼ି ଅଭିଯୋଗରେ ଅନେକ ଚାଷୀଙ୍କ ବିରୋଧରେ ମାମଲା କରାଯାଇଛି। ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି। କୃଷକଙ୍କ ସମସ୍ୟା ପାଇଁ ସେମାନେ ଉଭୟ କେନ୍ଦ୍ର ସରକାର ଓ ପଂଜାବ ସରକାରଙ୍କୁ ଦାୟୀ କରିଛନ୍ତି। ମିଲ୍ ମାଲିକଙ୍କ ଆନ୍ଦୋଳନ ପାଇଁ ମଣ୍ଡିରୁ ଧାନ ଉଠିପାରୁନି। ସେଥିପାଇଁ ସମସ୍ୟା ଆହୁରି ବଢ଼ିଛି। ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ କଥା ହୋଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ। ଧାନ ଉଠି ପାରୁନଥିବାରୁ କେନ୍ଦ୍ରକୁ ପଂଜାବର ଆପ୍ ସରକାର ଦାୟୀ କରିଥିବା ବେଳେ ଆପ୍ ସରକାରକୁ ନିନ୍ଦା କରିଛି ବିରୋଧୀ କଂଗ୍ରେସ।

Latest Posts

Don't Miss