ପୁରୀ : ପୁରୀରେ ଲଭ୍ ଜିହାଦ । ସୁଦୂର ବାଂଲାଦେଶରେ ଓଡ଼ିଆ ଝିଅ ହେଉଛି ନିର୍ଯାତିତ । ପୀଡିତାଙ୍କୁ ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ମାଆ । ସବୀର ନାମକ ଏକ ଯୁବକ ନିଜକୁ ବେଙ୍ଗଲି କହି ଅନଲାଇନ ମାଧ୍ୟମରେ ଝିଅକୁ ପ୍ରେମ ଜାଲରେ ଫସାଇଥିଲା । ପରେ ତାକୁ ବେଙ୍ଗଲ ନେଇ ସେଠାରୁ ବାଂଲାଦେଶକୁ ନେଇଯାଇଛି । ଏବେ ସେଠାରେ ଇସଲାମ ଧର୍ମ ଆପଣାଇବାକୁ ଜୋର୍ କରୁଥିବା ଅଭିଯୋଗ ହୋଇଛି । ପୁରୀରେ ଅଞ୍ଜଳି ପରିଡ଼ା ଗତ ୨୭ ନଭେମ୍ବର ୨୦୨୧ରେ ନିଖୋଜ ହୋଇଥିବା ନେଇ ଏତଲା ଦାୟର ହୋଇଥିଲା । ସେତେ ବେଳେ ଝିଅକୁ ୧୬ ବର୍ଷ ହୋଇଥିବା ବେଳେ ପଶ୍ଚିମବଙ୍ଗର କୁଚବିହାରରେ ଥିବା ସୂଚନା ମିଳିଥିଲା । ପୋଲିସ୍ ସହାୟତାରେ ସେଠାକୁ ଯାଇ ତଲାସ କରିଥିବା ସତ୍ୱେ କିଛି ସୁଫଳ ମିଳି ନଥିଲା । ହେଲେ ଶେଷ ଥର ପାଇଁ ଝିଅ ସହ ଚଳିତ ମାସ ମାର୍ଚ୍ଚ ୨ ତାରିଖରେ ଫୋନରେ କଥା ହୋଇଥିଲେ ମାଆ । ସେ ବାଂଲାଦେଶ ରେ ଥିବା କଥା କହିଥିବା ବେଳେ ତାକୁ ଇସଲାମ ଧର୍ମ ଆପଣାଇବାକୁ ଜୋର୍ କରାଯାଉଥିବା କହିଥିଲେ । ଏବେ ଝିଅକୁ ଫେରାଇ ଆଣିବା ପାଇଁ ମାଆ ଏସପିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ସରକାରୀ ସ୍ତରରେ କିଭଳି ଝିଅକୁ ଆଣି ହେବ ସେନେଇ ଅନୁରୋଧ କରିଛନ୍ତି ମାଆ ଅଞ୍ଜଳୀ ପରିଡ଼ା ।…
ଦୀର୍ଘବର୍ଷ ହେଲା ବାଂଲାଦେଶରେ ନିର୍ଯାତିତ ହେଉଛନ୍ତି ପୁରୀର ଝିଅ । କୋଭିଡ ସମୟରେ ମୋବାଇଲରେ ପାଠ ପଢ଼ିବା ବେଳେ ଆରବୀଙ୍କ ଜୀବନରେ ମାଡ଼ି ଆସିଥିଲା କଳା ବାଦଲ। ଅନଲାଇନରେ ପଢ଼ିବା ସମୟରେ ସେ ପ୍ରେମରେ ଫସି ଯାଇଥିଲେ । ଆରବୀ ବାଂଲାଦେଶର ଜଣେ ଯୁବକ ସହ ଚାଟିଂ କରୁକରୁ କେଉଁଆଡେ ଚାଲିଯାଇଥିଲେ । ଏହି ଘଟଣା ଅତ୍ୟନ୍ତ ସମ୍ବେଦନ ଶୀଳ ହୋଇଥିବା ବେଳେ ଏହାକୁ ଗୁରୁତର ସହ ନେଇ ପୋଲିସ ସବୁ ପ୍ରକାର ପଦକ୍ଷେପ ନେବ ବୋଲି ଏସପି କହିଛନ୍ତି । ସରକାର ଝିଅକୁ କେତେ ଶୀଘ୍ର ଉଦ୍ଧାର କରୁଛନ୍ତି ତାହା ଦେଖିବାକୁ ବାକି ରହିଅଛି।
ପୁରୀରେ ଲଭ୍ ଜିହାଦ,ପୀଡିତାଙ୍କୁ ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ମାଆ

