ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭିତରେ ଧମକପୁର୍ଣ୍ଣ ଲେଖା, ପୁରୀରେ ହଇଚଇ
1 min read
ପୁରୀ : ଶ୍ରୀମନ୍ଦିର ଉପରେ ହେବ ଆତଙ୍କୀ ହମଲା । କାକୁଡି ଖାଇ ମନ୍ଦିର ନିକଟ ବୁଢ଼ୀ ମାଆ ମନ୍ଦିରର କାନ୍ଥରେ ଧମକପୁର୍ଣ୍ଣ ଲେଖା । ଅନେକ ଗୁଡିଏ ଫୋନ୍ ନମ୍ବର ବି ଉଲ୍ଲେଖ ରହିଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ପରିକ୍ରମା ମାର୍ଗ କାନ୍ଥରେ ଏପରି ସ୍ପର୍ଶକାତର ସମ୍ବେଦନଶୀଳ ଲେଖାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିଲା । ମାଳ ମାଳ ପୋଲିସ ସହ ସିସିଟିଭି କ୍ୟାମେରା ସତ୍ୱେ କିଏ ଏପରି ଲେଖିବାର ସାହସ କଲା ସେନେଇ ଚର୍ଚ୍ଚା ଜୋର ଧରିଥିଲା । ପୋଲିସର ପେଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ବୁଦ୍ଧିଜିବି ମହଲରେ ମଧ୍ୟ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିବାବେଳେ ଘଟଣାର ଅନୁସନ୍ଧାନ କରି ପଦକ୍ଷେପ ନେବାପାଇଁ ଦାବି କରାଯାଇଥିଲା । ଘଟଣା ପୋଲିସ କାନରେ ପଡିବା ପରେ ଆରମ୍ଭ ହୋଇଥିଲା ଅନୁସଂଧାନ ।
ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସିସିଟିଭି ଯାଞ୍ଚ ପରେ ଜଣେ ବ୍ୟକ୍ତିଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରାଯାଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ଗଡିଶାଗଦା ଅଞ୍ଚଳର ରଘୁନାଥ ସାହୁ ବୋଲି ଜଣାପଡିଛି । ସେ ଏପରି କାର୍ଯ୍ୟ କରିଥିବା ସ୍ପଷ୍ଟ ହୋଇଥିଲା । ତାଙ୍କର ମାନସିକ ସ୍ଥିତି ଠିକ ନାହିଁ । ତଦନ୍ତ ପରେ ପୋଲିସ ଏହା ସ୍ପଷ୍ଟ କରିଥିବାବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସ୍ୱତ୍ରନ୍ତ୍ର ଧ୍ୟାନ ଦିଆଯାଉଥିବା ପୁରୀ ଏସପି ମତ ରଖିଛନ୍ତି । ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀ ହୋଇଥିବା ବେଳେ ଏଠାରେ ଆତଙ୍କବାଦୀ ହମଲା ନେଇ ପୂର୍ବରୁ ଗୁଇନ୍ଦା ସୂଚନା ଥିବାରୁ କାନ୍ଥରେ ଏପରି ଲେଖାକୁ ନେଇ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠିଛି l