ଏଏସଆଇର ଫଟୋ ପୋଷ୍ଟକୁ ନେଇ ବିଭିନ୍ନ ମହଲରୁ ନାପସନ୍ଦ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ ହୋଇଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କେତେକ ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା । ଏହି ଫଟୋ ମଧ୍ୟରେ ଶ୍ରୀମନ୍ଦିର ପାଟଅଗଣା ସହ ରତ୍ନଭଣ୍ଡାର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏହି ଫଟୋ ମାନଙ୍କରେ ଭୋଗମଣ୍ଡପ ଦ୍ବାର, ସାତପାହାଚ, ଘଣ୍ଟିଦ୍ଵାର ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଏଏସଆଇ ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ପୋଷ୍ଟ କରିବାକୁ ନେଇ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଛି । ତେବେ ବର୍ତ୍ତମାନ ଏହି ଫଟୋ ଗୁଡିକ ଡିଲିଟ୍ ହୋଇଥିବା ଜଣାପଡିଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ନେଇ ଭିତର ବେଢାର ଫଟୋ ଉଠାଇବା ଉପରେ ପ୍ରତିବନ୍ଧକ ରହିଛି । ଏଏସଆଇ କିଭଳି ଭିତର ବେଢାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲେ ସେନେଇ ସାଧାରଣରେ ଉଠିଛି ପ୍ରଶ୍ନ  ।