ପୁରୀ : ବିପଦରେ ମେଘନାଦ ପାଚେରୀ l ପାଚେରୀ ଜୋଡେଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି l ବର୍ଷେ ତଳେ ଶିଉଳି ଛଡାଇ ଫାଟ ଯୋଡେଇ କରାଯାଇଥିଲା l ଗ୍ରାଉଟିଂ କରାଯିବା ପରେ ଡ୍ରେନ ପାଣି ପାଚେରୀ ଦେଇ ଝରିବା ବନ୍ଦ ହୋଇଯାଇଥିଲା l ମାତ୍ର ବର୍ଷେ ପରେ ବି ମେଘନାଦ ପାଚେରୀକୁ ସୁରକ୍ଷା ଦେଇପାରିଲାନି ଗ୍ରାଉଟିଂ। ପୁଣି ୩ଟି ସ୍ଥାନରେ ଡ୍ରେନ ପାଣି ଝରି ଶିଉଳି ଚରିଗଲାଣି l ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀ ନିଜେ ଅସୁରକ୍ଷିତ ହୋଇପଡିଲାଣି l ରାମଦୟା ପରିଷଦର ଠିକ ପଛ ପାର୍ଶ୍ଵରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି l ଅନେକ ଥର ମରାମତି କରାଗଲେ ମଧ୍ୟ କୌଣସି ସୁଫଳ ହେଉନାହିଁ l ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ସମସ୍ୟା ଦେଖାଦେଉଛି। ଏହାର ସ୍ଥାୟୀ ସମାଧାନ କରାନଗଲେ ଏଭଳି ସ୍ଥିତି ଉପୁଜିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

