spot_img

Latest Posts

ପୁଷ୍ପା-୨ର ପ୍ରିମିୟରରେ ଦଳାଚକଟା ମହିଳାଙ୍କ ମୃତ୍ୟୁ: ୩ଗିରଫ

ନନ୍ଦିଘୋଷ ବ୍ୟୁରୋ: ଅଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ଶୋ’ ବେଳେ ଘଟିଥିଲା ବଡ ଦୁର୍ଘଟଣା । ହାଇଦ୍ରାବାଦରେ ଥିବା ସଂନ୍ଧ୍ୟା ନାମକ ଏକ ଥିଏଟରରେ ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।  ଏନେଇ ହାଇଦ୍ରାବାଦ ପୋଲିସ ଗତକାଲି ୩ ​​ଜଣଙ୍କୁ ଗିରଫ କରିଛି । ଅସାବଧାନତା ହେତୁ ଏଭଳି ଏକ ଦୁର୍ଘଟଣା ଘଟିଥିବାରୁ ପୋଲିସ ଥିଏଟରର ମାଲିକ ଏମ ସନ୍ଦୀପ, ସିକ୍ୟୁରିଟି ହେଡ୍ ଗନ୍ଧକମ୍ ବିଜୟ ଚନ୍ଦ୍ର ଏବଂ ମ୍ୟାନେଜର ଏମ ନାଗରାଜୁଙ୍କୁ ପୋଲିସ ଗିରଫ କରିଛି।  ଧାରା ୧୦୫, ୧୧୮(୧) ଏବଂ ୩(୫) ଅନୁଯାୟୀ ଏମାନଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ଡିସେମ୍ବର ୪ ରେ ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ଶୋ’ ବେଳେ ଅଭିନେତା ଅଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ପ୍ରିମିୟରରେ ଯୋଗ ଦେଇଥିଲେ । ଥିଏଟରକୁ ଅଲ୍ଲୁ ଏବଂ ରଶ୍ମିକା ଆସିବାର ସୂଚନା ଫିଲ୍ମର ଟିମ୍ କି ଥିଏଟର ମ୍ୟାନେଜମେଣ୍ଟ ପୋଲିସକୁ ଦେଇନଥିଲେ । ଯାହାଫଳରେ କି ଏଭଳି ଦୁର୍ଘଟଣା ଘଟିଥିଲା । ଅଭିନେତା ଅଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ପହଞ୍ଚିବା ପରେ ସେଠାରେ ପ୍ରବଳ ଭିଡ ସୃଷ୍ଟି ହୋଇଥିଲା । ସ୍ଥିତି ଏତେ ଗମ୍ଭୀର ହୋଇଗଲାଯେ ଦଳାଚକଟା ଆରମ୍ଭ ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଯାଇଥିଲା ଏହି ଭିଡରେ ଜଣେ ମହିଳା ତାଙ୍କ ଦୁଇ ପୁଅ ସହ ତଳେ ପଡିଯାଇଥିଲେ । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁଇ ପୁଅ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ସେପଟେ ମୃତକଙ୍କ ପରିବାରଙ୍କ ଅଭିଯୋଗ ଅନୁଯାୟୀ ଦୋଷୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ତେବେ ମହିଳାଙ୍କ ମୃତ୍ୟୁ ପରେ ଅଭିନେତା ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି ଦେବା ସହ ହସ୍ପିଟାଲରେ ଚିକିତ୍ସିତ ପିଲାମାନଙ୍କର ମେଡିକାଲ୍ ବିଲ୍ ଦେବେ ବୋଲି କହିଥିଲେ ।

 

Latest Posts

Don't Miss