India-China Border tension: ବାୟୁସେନା ମୁଖ୍ୟଙ୍କ ବଡ ବୟାନ,ରାଫେଲ ବଢାଇ ଦେଇଛି ଚୀନ୍ ଚିନ୍ତା

1 min read

ନୂଆଦିଲ୍ଲୀ: ରାଫେଲ ଚୀନର ଚିନ୍ତା ବଢାଇ ଦେଇଛି । ଭାରତୀୟ ବାୟୁସେନାରେ ରାଫେଲ ଲଢୁଆ ବିମାନ ସାମିଲ ହେବା କାରଣରୁ ଚୀନର ଚିନ୍ତା ବଢି ଯାଇଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର କେ ଏସ୍ ଭଦୋଦରିଆ । ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଚୀନ୍ ପୂର୍ବ ଲଦ୍ଦାଖ ପାଖକୁ ଲାଗିଥିବା ଅଂଚଳରେ ଜେ-୨୦ ଲଢୁଆ ବିମାନ ମୁତୟନ କରିଥିଲା । କିନ୍ତୁ ଭାରତ ଉକ୍ତ କ୍ଷେତ୍ରରେ ରାଫେଲ ମୁତୟନ କରିବା ପରେ ସେଠାରୁ ଚୀନ୍ ଜେ-୨୦କୁ ହଟାଇ ଦେଇଛି ।

ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ

ବାୟୁସେନା ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଓ ଚୀନ୍ ମଧ୍ୟରେ ଏବେ ଚାଲିଥିବା ଆଲୋଚନା ଉପରେ ସବୁକିଛି ନିର୍ଭର କରୁଛି । ଯେତିକି ସୈନ୍ୟ ଶକ୍ତି ଆବଶ୍ୟକ ସେତିକି ଆମେ ମୁତୟନ କରିଛୁ । ଆମ ପଟରୁ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଉଛି । ଯଦି ପଛକୁ ଫେରିବା ପ୍ରକ୍ରିୟା ଆରମ୍ଭ ହୁଏ ତେବେ ଭଲ ହେବ କିନ୍ତୁ ଯେକୌଣସି ପ୍ରକାରର ନୂଆ ସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ ।

LACରେ ଯଥେଷ୍ଟ ସୈନିକ

ଚୀନ୍ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ଜାରି ରହିଥିବା ବେଳେ ଭାରତ ଯେତିକି ଆବଶ୍ୟକ ସେତିକି ସୈନିକ ମୁତୟନ କରିଛି । ଗୁରୁବାର ଦିନ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ରାଫେଲ ଲଢୁଆ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦ୍ୱାରା ଚୀନର ଚିନ୍ତା ବଢିଛି ।ଚୀନ୍ ସୀମାରେ ଜେ-୨୦ ମୁତୟନ କରିବା ପରେ ଭାରତ ତୁରନ୍ତ ରାଫେଲ ମୁତୟନ କରିଥିଲା ବୋଲି ସେ କହିଛନ୍ତି ।

Leave a Reply