ରାହୁଲ ରେସକ୍ୟୁ ଅପରେସନ: ଜାଣନ୍ତୁ VLC ଯନ୍ତ୍ରର କ’ଣ ରହିଛି ଆବଶ୍ୟକତା

1 min read

ଚମ୍ପା:  ଛତିଶଗଡ଼ ବୋରଓ୍ବେଲରେ ଫସି ରହିଛି ୧୧ ବର୍ଷର ବାଳକ ରାହୁଲ ।ବୋରଓ୍ବେଲରୁ ରାହୁଲକୁ ଉଦ୍ଧାର କରିବା ପାଇଁ  ଚାଲିଛି ନନଷ୍ଟପ ରେସକ୍ୟୁ ଅପରେସନ୍ । ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ଲଗାତର ଭାବେ ରାହୁଲର ହରକତକୁ ମନିଟରିଂ କରାଯାଉଛି ।

ଏବେ ଏବେ ରାହୁଲ ପାଖରେ  ଅଛି ରେସ୍କ୍ୟୁ ଟିମ୍ । ଏହି ଅପରେସନ ପ୍ରକ୍ରିୟାରେ ବ୍ୟବହାର କରାଯାଉଛି VLC ଯନ୍ତ୍ର । ଯାହା ଦ୍ବାରା ପଥର ଆରପଟରୁ ରାହୁଲର ଶବ୍ଦ ଶୁଣିହେବ ଏବଂ ତାହା ସହିତ କଥା ହୋଇ ହେବ । NDRF ଟିମ୍ VLC ଯନ୍ତ୍ର ଦ୍ବାରା ରାହୁଲର ଅବସ୍ଥା ତଦାରଖ କରିବା ସହିତ ତାକୁ ଯଥା ଶୀଘ୍ର ବରଓ୍ବେଲରୁ ବାହାର କରିବାକୁ ଚେଷ୍ଟା ଜାରି ରହିଛି ।

VLC କଣ?

VLC  ହେଉଛି ଭିକ୍ଟିମ ଲୋକେସନ କ୍ୟାମେରା । ଯାହାକୁ CSSR ଅପରେସନ ସମୟରେ ବ୍ୟବହାର କରାଯାଇଥାଏ । ଯେତେବେଳ କୌଣସି ଲୋକକୁ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଥାଏ, ସେସମୟରେ ଏହା ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେଇଥାଏ । ଏହା ସାହାଯ୍ୟରେ ସଂପୃକ୍ତ ବ୍ୟକ୍ତିର ପୋଜିସନ ଓ ଅବସ୍ଥା ଜାଣି ହୋଇଥାଏ ।

VLC ହେଉଛି ଏକ ବ୍ୟାଟେରୀ ଚାଲିତ ଯନ୍ତ୍ର । ଯାହା ୧୪.୪ ଭୋଲ୍ଟ  ବ୍ୟାଟେରୀ ଦ୍ବାରା ଚାଲିଥାଏ । ଏହାର ଆଗପଟରେ ୪.୭ ମେଗାପିକ୍ସଲ କ୍ୟାମେରା ଲାଗିଥାଏ ଯାହା ଦ୍ବାରା ୧୬ ସେଣ୍ଟିମିଟରରୁ ୬ ମିଟର ପର୍ଯ୍ୟନ୍ତ ଦୂରରେ ଥିବା ଜିନିଷକୁ ଦେଖି ହୋଇଥାଏ । ଏହା ସହିତ ଏହି ଯନ୍ତ୍ରରେ ମାଇକ୍ରୋଫୋନର ସୁବିଧା ରହିଛି, ଯାହା ସାହାଯ୍ୟରେ ଦୂରରୁ ହିଁ ଫସିଥିବା ବ୍ୟକ୍ତି ସହିତର କଥା ହୋଇହୁଏ । ୫୦ ମିଟରର କେବୁଲ ତାର ଏଥିରେ ବ୍ୟବହାର କରାଯାଇଥାଏ , ଯାହା ଏକ ଏଲସିଡି ମନିଟର ସାହାଯ୍ୟରେ ଭିତରର ଚିତ୍ର ଦେଖି ହୋଇଥାଏ ।