ରାୟଗଡ଼ା ଟ୍ରେନ ଦୁର୍ଘଟଣା ମାମଲା: ୨ ଷ୍ଟେସନ ପରିଚାଳକ ବହିଷ୍କୃତ, ଜଣେ ଟେକ୍ନିସିଆନ୍ ନିଲମ୍ୱିତ

1 min read

ଭୁବନେଶ୍ୱର: ରାୟଗଡ଼ା ଟ୍ରେନ ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳ ବିଭାଗ । ଦୁଇ ଜଣ ଷ୍ଟେସନ ପରିଚାଳକଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ଟେକ୍ନିସିଆନଙ୍କୁ ନିଲମ୍ବିତ କରାଯାଇଛି । ବହିଷ୍କୃତ ହୋଇଥିବା ଦୁଇ ଷ୍ଟେସନ ପରିଚାଳକ ହେଉଛନ୍ତି ସଞ୍ଜୟ ଟୋପୋ ଓ ଏ-କେବିନର ଜେ. ପ୍ରକାଶ । ସେହିପରି ନିଲମ୍ବିତ ଟେକ୍ନିସିଆନ୍ ହେଉଛନ୍ତି ଇଶ୍ୱର ରାଓ ।

ଏହି ତିନି ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଏହା ସହିତ ସିଙ୍ଗାପୁର ରୋଡ ଷ୍ଟେସନ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୨୦୧୯ ଜୁନ ୨୫ ତାରିଖରେ ସିଙ୍ଗାପୁର ରୋଡ଼ ଓ କେଉଟଗୁଡ଼ା ଷ୍ଟେସନର ମଧ୍ୟବର୍ତ୍ତୀ ସ୍ଥାନରେ ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ପ୍ରଥମ ଲାଇନ ଚ୍ୟୁତ ହେବା ପରେ ଟ୍ରେନଟି ନିଆଁ ଲାଗି ଯାଇଥିଲା । ଟ୍ରେନଟି ଜଳିଯିବା ଫଳରେ ୩ ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହୋଇଥିଲା । ତଦନ୍ତ ପରେ ରେଳ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave a Reply