ଶିମିଳିପାଳରେ ବର୍ଷା, ବୁଢ଼ାବଳଙ୍ଗ ନଦୀରେ ବଢ଼ୁଛି ଜଳସ୍ତର

Rain In Similipal, Water Level Of Budhabalanga Increasing Gradually

ବାରିପଦା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଝାଡ଼ଖଣ୍ଡ ମୁହାଁ ହୋଇଛି । ଉତ୍ତର ଓଡ଼ିଶାରେ ୨ ଦିନ ଧରି ହେଉଥିବା ବର୍ଷା ଥମିଛି । ତାଜା ଖବର ଅନୁସାରେ ରାତି ୯ଟା ସୁଦ୍ଧା ମୟୂରଭଞ୍ଜରେ ବୁଢାବଳଙ୍ଗ ନଦୀର ଜଳସ୍ତର ୨୫ ଦଶମିକ ୦୩ ମିଲିମିଟର ରହିଛି । ବୁଢ଼ାବଳଙ୍ଗ ନଦୀର ସତର୍କ ସ୍ତର ୨୯ ଦଶମିକ ୦୭ ମିଲିମିଟର ରହିଛି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଦିନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ରାତିରେ ଆଉ ଅଧିକ ପରିମାଣରେ ବର୍ଷା ହେଲେ ନଦୀର ଜଳସ୍ତର ବୃଦ୍ଧି ପାଇବା ସ୍ୱାଭାବିକ ।

Rain In Similipal, Water Level Of Budhabalanga Increasing Gradually

ଏହାକୁ ଦୃଷ୍ଟିରେ ରଖି ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ବାରିପଦା ସହରର ତଳି ଅଞ୍ଚଳରେ ରହୁଥିବା ୩୬୦୦ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି । ବୁଢ଼ାବଳଙ୍ଗ ନଦୀକୁ ବାଦ୍ ଦେଲେ ଜିଲ୍ଲାର ଅନ୍ୟ କୌଣସି ନଦୀରେ ଜଳସ୍ତର ବୃଦ୍ଧି ପାଇନାହିଁ ।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।

Leave a Reply