ପର୍ଣ୍ଣ ଫିଲ୍ମ ନେଇ ରାଜ୍ କୁନ୍ଦ୍ରା କରିଥିବା ମେଗା ପ୍ଳାନ୍‌ର ଖୁଲାସା: ଟ୍ରେଲର ଏବଂ କ୍ୟାମେରା ଏଙ୍ଗେଲ ନେଇ ହୋଇଥିଲା ଆଲୋଚନା

ମୁମ୍ୱାଇ: ପର୍ଣ୍ଣ ଭିଡିଓ ପ୍ରସ୍ତୁତ କରିବା ଏବଂ ତାକୁ ବିଭିନ୍ନ ଆପରେ ଅପଲୋଡ କରିବା ନେଇ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ରାଜ କୁନ୍ଦ୍ରା ଏବେ ଜୁଲାଇ ୨୭ ଯାଏଁ ପୋଲିସ ରିମାଣ୍ଡରେ  ଅଛନ୍ତି । ଏବଂ ଏହି ସମୟରେ ପୋଲିସ ଅଧିକରୁ ଅଧିକ ପ୍ରମାଣ ଯୋଗାଡ଼ କରିବା ସହ ଏହାକୁ ମଜବୁତ୍ କରିବା ନେଇ ଲାଗି ପଡ଼ିଛି । ତେବେ ଏହି ମାମଲାରେ ଆଉ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ ରାଜ ନିଜ ପିଏ ଉମେଶ କାମାତଙ୍କ ସହିତ ମିଶି ପର୍ଣ୍ଣ ଭିଡିଓ ପ୍ରସ୍ତୁତ ନେଇ ପ୍ଳାନ୍ କରୁଥିଲେ । ଉଭୟ ମିଶି ଏକ ଲମ୍ୱା ପ୍ଳାନିଂ ମଧ୍ୟ କରିସାରିଥିଲେ । ଯେଉଁଥିରେ ପର୍ଣ୍ଣ ଫିଲ୍ମର ଟ୍ରେଲର, କ୍ୟାମେର ଏଙ୍ଗେଲ ଏବଂ କ୍ୟାମେରା କ୍ୱାଲିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇସାରିଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ମୁମ୍ୱାଇ ପୋଲିସ ଏକ ଇମେଲ୍ ତଥ୍ୟ ହାସଲ କରିଛି । ଯେଉଁଥିରେ ରାଜ କୁନ୍ଦ୍ରା ଏବଂ ଉମେଶ କାମାତ ନିଜର ଏହି ପ୍ରଜେକ୍ଟ ସମ୍ପର୍କରେ କଥାବାର୍ତ୍ତା କରୁଥିଲେ । ସେହି ତଥ୍ୟ ମୁତାବକ ପ୍ରତି ଟ୍ରେଲର ଟାଇମିଂ ୬୦ରୁ ୯୦ ସେକେଣ୍ଡ ରହିବ । ଏବଂ ସମ୍ପୂର୍ଣ୍ଣ ଭିଡିଓ ଏଚ୍‌ଡି କ୍ୱାଲିଟରେ ସୁଟ ହେବ  । ଏଭଳି ଏହାର ସୁଟିଂ ନେଇ ଡ୍ରୋନ୍ କ୍ୟାମେରାର ମଧ୍ୟ ବ୍ୟବହାର କରାଯିବ । ଏଥିସହିତ ମୋଡେଲମାନଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି ଯେଉଁମାନେ କି ବୋଲ୍ଡ ସିନ୍ ସୁଟ୍ କରିବେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ପୋଲିସ ହାତରେ ଚାଟିଂ ମଧ୍ୟ ଲାଗିଥିଲା । ଯେଉଁଥିରେ ଗେହନା ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କ ପିଏ ଭାବେ କାମ କରୁଥିବା ଉମେଶ କାମାତ ଏବଂ ପର୍ଣ୍ଣୋଗ୍ରାଫିକ୍ସରେ କାମ କରୁଥିବା ୟଶ ଠାକୁର ବହୁ ବ୍ୟସ୍ତ ହୋଇପଡ଼ିଥବା ଜଣାପଡ଼ିଥିଲା ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ନିର୍ମାଣ ମାମଲାରେ ଗେହନା ବଶିଷ୍ଟ ସମେତ ୩ ଜଣଙ୍କୁ ମୁମ୍ୱାଇ ପୋଲିସର ସମନ

Leave a Reply