ନୂଆ ଯାତ୍ରା ପାର୍ଟି କରି ଯାତ୍ରା ମଇଦାନରେ ଏଣ୍ଟ୍ରି କରିଛନ୍ତି ରାଣୀ ପଣ୍ଡା

ଭୁବନେଶ୍ବର : ନର୍ତ୍ତକୀରୁ ନାଟ୍ଯମଣ୍ଡପ । ୫୦ ଟଙ୍କା ଆଇଟମ ଡ୍ୟାନ୍ସରୁ ୫ କୋଟିର ମାଲିକ । ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ଥିଲା । ରାଜନୀଗନ୍ଧା ହୋଇ ରାଜଧାନୀଙ୍କୁ ଏଣ୍ଟ୍ରି କଲେ ରାଣୀ । ଏବେ ଦେବଦାସୀ ହୋଇ ନାଚିବେ , ଆଉ ଲେଡି ଗ୍ୟାଙ୍ଗ ଷ୍ଟାର ହୋଇ ଡରାଇବେ।…ଜଲିଉଡ଼ର କଣ୍ଟ୍ରଭର୍ସି କୁଇନରୁ ଏବେ ବନିଛନ୍ତି ଯାତ୍ରା ମାଲିକ ରାଣୀ ପଣ୍ଡା। ବାଲିଅନ୍ତା ମେଳନ ପଡିଆରେ ତାଙ୍କର ଯାତ୍ରା ପାର୍ଟି ନାଟ୍ଯମଣ୍ଡପର ଚାଲିଛି ଆଖଡା କ୍ଯାମ୍ପ। ଦେବଦାସୀ ଯିବ ନାଟ୍ଯ ମଣ୍ଡପ ନାଟକର ଚାଲିଛି ଜୋରଦାର ରିହର୍ସଲ। ଦେବଦାସୀ ଭୂମିକାରେ ରାଣୀ ଥିବା ବେଳେ ରାଜା ଭୂମିକାରେ ଅଛନ୍ତି ଖଳନାୟକ ଚଗୁଲୁ । ଦେବଦାସୀ ପରମ୍ପରାକୁ ନେଇ ନାଟକର କାହଣୀ ଗତିଶୀଳ। ଏହି ନାଟକରେ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଠ ନାଟ୍ଯକାର ହରବାରିକ।
ସେପଟେ ନାଟ୍ଯ ମଣ୍ଡପର ଆଉ ଦୁଇଟି ନାଟକ ଲେଡି ଗ୍ଯାଙ୍ଗ ଷ୍ଟର ଓ ବାର ଗାର୍ଲର ଫାଇନାଲ ବିଜିଏମ ଶେଷ ହୋଇଛି। ଚଳିତ ବର୍ଷ ଯାତ୍ରା ଋତୁରେ ଲେଡି ଗ୍ଯାଙ୍ଗଷ୍ଟର ଚର୍ଚ୍ଚାରେ ରହିଛି। ଆଜିର ସମାଜାରେ ଜଣେ ମହିଳା କିଭଳି ଗ୍ଯାଙ୍ଗଷ୍ଟାର ସାଜୁଛି ତାହା ନାଟକ ମାଧ୍ଯମରେ ଦେଖିବାକୁ ମିଳିବ। ଏହି ନାଟକକୁ ଡାକ୍ତର ଦୀପକ ଜେନା ରଚନା କରିଥିବା ବେଳେ ନିର୍ଦ୍ଦେଶକ ଅଛନ୍ତି ଲିଟିଲ ମାଷ୍ଟର ବିନୋଦ ରାଉତ। ଏହି ନାଟକରେ ଗୋଟିଏ ଲଭ୍ ସଙ୍ଗକୁ ବଲିଉଡ କଣ୍ଠଶିଳ୍ପୀ ସୋନୁନିଗମ କଣ୍ଠଦାନ କରିଛନ୍ତି। ସେହିଭଳି ଆଉ ଗୋଟିଏ ନାଟକ ବାରଗାର୍ଲ ମଧ୍ଯରେ ଚର୍ଚ୍ଚାରେ ରହିଛି। ଯାତ୍ରା ମଞ୍ଚରେ ପ୍ରଥମ କରି ଜଣେ କିନ୍ନର ସ୍ନେହାକୁ ସୁଯୋଗ ଦେଇଛନ୍ତି ରାଣୀ ପଣ୍ଡା। ଏହି ନାଟକକୁ ରଚନା କରିଛନ୍ତି ଜଗନ୍ନାଥ ରାଉତ ଓ ନିର୍ଦ୍ଦେଶନା ଦେଇଛନ୍ତି ସୁବୋଧ ମିଶ୍ର। ରାଣୀ ପଣ୍ଡା ବ୍ଯତିତ ଅମର, ଚଗୁଲୁ, ବୁଲବୁଲ, ସିନେ ଦୁନିଆର ହାସ୍ଯ ଅଭିନେତା ଗୁଡୁଙ୍କୁ ନାଟ୍ଯମଣ୍ଡପରେ ଦେଖିବାକୁ ମିଳିବ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବର ହାତୀଆଶୁଣୀରେ ନାଟ୍ଯମଣ୍ଡପ ତାର ପ୍ରଥମ କ୍ଯାମ୍ପରେ ଜଲୱା ଦେଖାଇବ। ଏବେ ଶୁଦ୍ଧା ୫୦ରୁ ଅଧିକ କମିଟି ବୁକ ସାରିଛନ୍ତି ।ପ୍ରଥମ କ୍ଯାମ୍ପକୁ ବଲିଉଡ ଅଭିନେତା ରାହୁଲ ରାୟ ଉଦଘାଟନ କରିବେ ବୋଲି ନାଟ୍ଯ ମଣ୍ଡପ ପକ୍ଷରୁ ସୂଚନା ଦିଆଯାଇଛି।