ରବିନା ଖୋଲିଲେ ବଲିଉଡର କଳା ସତ: କହିଲେ ଇଣ୍ଡଷ୍ଟ୍ରିରେ ଘୋର ରାଜନୀତି,ମୋତେ ବି ଫିଲ୍ମରୁ ବାହାର କରିବା ପାଇଁ ହୋଇଥିଲା ଚେଷ୍ଟା

2 min read

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍ ଦୁଇ ଗୋଷ୍ଟିରେ ବିଭକ୍ତ ହୋଇଛି । କିଛି ନିରବତା ଅବଲମ୍ବନ କରୁଥିବା ବେଳେ କଙ୍ଗନା,ଅଭିନବଙ୍କ ଭଳି ବ୍ୟକ୍ତି ବଲିଉଡରେ ମୁଭି ମାଫିଆରାଜ୍ ଉପରୁ ପରଦା ହାଟାଉଛନ୍ତି । ଏହାରି ଭିତରେ ରବିନା ଟଣ୍ଡନ୍ ଟ୍ୱିଟ୍ କରି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।

ରବିନା ଲଗାତର ଟ୍ୱିଟ୍ କରି ବଲିଉଡର ସେଇ ସତକୁ ସାମ୍ନାକୁ ଆଣିଛନ୍ତି ଯାହା କଳା । ପ୍ରଥମ ଟ୍ୱିଟରେ ରବିନା ଲେଖିଛନ୍ତି, ଏମିତି ଅନେକ ଥର ହୁଏଯେ , ଅଚାନକ ଆପଣଙ୍କୁ ଫିଲ୍ମରୁ ବାହାର କରିଦିଆଯିବ ଓ ହିରୋର କୌଣସି ଗର୍ଲଫ୍ରେଣ୍ଡ୍ ଆପଣଙ୍କ ସ୍ଥାନ ନେବ । କିଛି ବ୍ୟକ୍ତି ତ’ ଆପଣଙ୍କ ବିଷୟରେ ଫେକ୍ ନ୍ୟୁଜ୍ ପ୍ରଚାର କରନ୍ତି,ଯେମିତି ଆପଣଙ୍କ ଇମେଜ୍ ଖରାପ ହେବ ଓ ଆପଣଙ୍କ କ୍ୟାରିୟର ନଷ୍ଟ ହୋଇଯିବ । ସେଇଥିପାଇଁ କିଛି ବ୍ୟକ୍ତି ଇଣ୍ଡଷ୍ଟ୍ରିରେ ଷ୍ଟ୍ରଗଲ କରନ୍ତି । କିଛି ପ୍ରତ୍ୟାବର୍ତ୍ତନ କରନ୍ତି କିଛି ହାରିଯାନ୍ତି’’

ନିଜ ଦ୍ୱିତୀୟ ଟ୍ୱିଟରେ ରବିନା ଲେଖିଛନ୍ତି ଯେ, ‘‘ଯେତେବେଳେ ଆପଣ ଏମାନଙ୍କ ବିରୋଧରେ କିଛି ମଧ୍ୟ କୁହନ୍ତି ସେତେବେଳେ ସେମାନେ ଆପଣଙ୍କୁ ମିଥ୍ୟାବାଦୀ ବୋଲି କୁହନ୍ତି । କିଛି ତ’ ଆପଣଙ୍କୁ ପାଗଳ ବୋଲି କୁହନ୍ତି । ଏହି ଇଣ୍ଡଷ୍ଟ୍ରି ମୋତେ ବହୁତ କିଛି ଦେଇଛି । ଯେଉଁଥିପାଇଁ ମୁଁ କୃତଜ୍ଞ କିନ୍ତୁ ଏହାହିଁ ବଲିଉଡର ସତ୍ୟ.’’

ଅନ୍ୟଏକ ଟ୍ୱିଟରେ ରବିନା କହିଛନ୍ତି ଯେ, ‘‘ ଏଭଳି କାହା ସହିତ ମଧ୍ୟ ଘଟିପାରେ,ତେଣିକି ସେ ଇଣ୍ଡଷ୍ଟ୍ରିରେ ଜନ୍ମ ହୋଇଥିବା ଇନସାଇଡର ହୁଅନ୍ତୁ କିମ୍ବା କୌଣସି ନୂଆ ଚେହେରା-ଆଉଟସାଇଡର । ଏଠାରେ ଦବାଇବା ପାଇଁ ଅନେକ ଅଛନ୍ତି । ମୋତେ ମଧ୍ୟ ଚାପି ଦେବା ପାଇଁ ଉଦ୍ୟମ ହୋଇଥିଲା କିନ୍ତୁ ମୁଁ ଜୋରଦାର ଫାଇଟ୍ କରିଥିଲି । ଖରାପ ରାଜନୀତି ସବୁ ସ୍ଥାନରେ ଅଛି’’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ  ଚାଲିଥିବା ଗୋଷ୍ଠୀବାଦକୁ ନେଇ ଅନେକ କିଛି ସାମ୍ନାକୁ ଆସୁଛି । କିଛି ବଡ  ଷ୍ଟାର ଓ ବଡ ପ୍ରଡକ୍ସନ ହାଉସଙ୍କ ରାଜନୀତି ପାଇଁ ସୁଶାନ୍ତଙ୍କୁ ଜୀବନ ହାରିବାକୁ ପଡିଲା ବୋଲି କୁହାଯାଉଛି । ଯେଉଁମାନଙ୍କ ମଧ୍ୟରେ ସଲମାନ ଖାନ୍,ଏକତା କାପୁର,କରଣ ଜୋହର,ଭୁଷଣ କପୁର,ସାଜିଦ୍ ନାଡିୱାଲା ଓ ଆଦିତ୍ୟ ଚୋପ୍ରାଙ୍କ ନାମ ଆସୁଛି । ଏମାନେ ସୁଶାନ୍ତଙ୍କୁ ବ୍ୟାନ୍ କରିଥିଲେ ବୋଲି କୁହାଯାଉଛି ।

Leave a Reply