ନନ୍ଦିଘୋଷ ବ୍ୟୁରୋ : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ୟ୍ୟରେ ନିୟୋଜିତ ଅଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୨ମାସ ପରେ ଆଜି ରାଜସ୍ବ ବିଭାଗ ଅଧିକାରୀ ଙ୍କ ଉପସ୍ଥିତ ରେ ଦାନ ହୁଣ୍ଡି ଖୋଲାଯାଇଥିଲା। ଗତଥର ଦାନ ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ହଜାର ଟଙ୍କା, ୬୨୩ କେଜି ୧୩ଶହ ଗ୍ରାମ ରୂପା ଓ ୩୨ ଗ୍ରାମ ସୁନା ବାହାରିବା ସହ ୯ ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା। ଏହାସହିତ ୟୁପିଆଇ ସ୍କାନରରେ 3ଲକ୍ଷ ୯୭ ହଜାର ୨୩୧ଟଙ୍କା ବାହାରିଥିଲା।
ମନ୍ଦିର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଚଳିତ ଥର ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗଣତି ଟଙ୍କା ଜମା କରାଯିବ। ଏଥିପାଇଁ ବ୍ୟାଙ୍କର କର୍ମଚାରୀ ମାନେ ମଧ୍ୟ୍ୟ ଉପସ୍ଥିତ ରହିଛନ୍ତି। ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୩ଶହ ଜଣ ମହିଳା ସାମିଲ ହୋଇଛନ୍ତି। ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିର ର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି…।

