ବେଙ୍ଗଳୁରୁ ଦଳାଚକଟା ଘଟଣା, ସରକାରଙ୍କୁ ରିପୋର୍ଟ ଦେଲେ ତଦନ୍ତ କମିଶନ

ନନ୍ଦିଘୋଷ ବ୍ୟୁରୋ : ଆଇପିଏଲ୍ ଚାମ୍ପିଅନ ଆରସିବି ସେଲିବ୍ରେସନ ବେଳେ ବେଙ୍ଗଳୁରୁ ଦଳାଚକଟା ଘଟଣାର ରିପୋର୍ଟ ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଜଷ୍ଟିସ୍ ମାଇକେଲ୍ କୁନ୍ନା। ଗତ ଜୁନ ୪ ତାରିଖରେ ଚିନ୍ନାସ୍ଵାମୀ ଷ୍ଟାଡିୟମ ବାହାରେ ଏହି ଅଘଟଣ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ସହିତ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଚଳିତ ବର୍ଷ ଆରସିବି ପ୍ରଥମ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହୋଇଥିବାରୁ ଏହି ଭିକଟ୍ରି ସେଲିବ୍ରେସନ କରାଯାଉଥିଲା। ଲକ୍ଷାଧିକ ଲୋକ ହଠାତ ଜମା ହେବାରୁ ଭିଡ଼ ହେବା ସହିତ ଦଳାଚକଟା ହୋଇଥିଲା। ତଦନ୍ତ ପାଇଁ ଜଷ୍ଟିସ ମାଇକେଲ କୁନ୍ନାଙ୍କୁ ଦାୟିତ୍ଵ ଦେଇଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ଆକ୍ସନ ହେବ। ଯିଏ ବି ଦୋଷୀ ଥିବ, ତା ବିରୋଧରେ କଡ଼ା ପଦକ୍ଷେପ ନିଆଯିବ।