ରିଲାଏନ୍ସ ଟାଓ୍ୱାର ବସାଇବା ନାଁରେ ୩୯ଲକ୍ଷ ଲୁଟି ନେଇଥିଲେ ସାଇବର ଠକ, କୋଲକାତାରୁ ଗିରଫ

ଭୁବନେଶ୍ୱର: ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସାମ୍ବାଦିକ ସମ୍ମିଳନୀ  । ରିଲାଏନ୍ସ ଟାଓ୍ୱାର ବସାଇବା ନାଁରେ ହୋଇଥିବା ସାଇବର ଠକେଇକୁ ନେଇ ହୋଇଥିବା ମାମଲାରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ  । କମିସନରଙ୍କ କହିବା ମୁତାବକ କୋଲକାତାରେ କଂପାନୀ ଖୋଲି ୩୯ଲକ୍ଷ ଠକି ନେଇଥିଲେ ସାଇବର ଲୁଟେରା  ।ସେପଟେ ଏହି ଅଭିଯୋଗ ପହଁଚିବା ପରେ ସାଇବର ଟିମ୍‌ ୨୫ଲକ୍ଷ ୭୦ହଜାର ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି  ।

ଉଦ୍ଧାର ଟଙ୍କା ଠକେଇର ଶିକାର ଲୋକଙ୍କୁ ଫେରସ୍ତ ହୋଇଛି  । ରାକେଟ ମୁଖ୍ୟ ଅଭୟ ତିଓ୍ୱାରୀ କୋଲକାତା ପୋଲିସ ଦ୍ୱାରା ଗିରଫ ମଧ୍ୟ ହୋଇଛି  ।କୋଲକାତାରେ ବିଚାର ବିଭାଗୀୟ ହେପାଜତରେ ଅଛି ଅଭୟ  । ତିଓ୍ୱାରୀର ୮ଟି ଅଫିସ ସିଲ କରିଛି ସାଇବର ଟିମ୍‌  । ଅଭୟର ସହଯୋଗୀ ଅଙ୍କିତ ରାୟ ମଧ୍ୟ ଗିରଫ କରିଛି ପୋଲିସ  । ସେପଟେ ଲୁଟ କାର୍ୟ୍ୟରେ ବୟବହୃତ ହୋଇଥିବା ଲାପଟପ, ୧୫ପାସବୁକ୍‌, ଏଟିଏମ କାର୍ଡ ଜବତ କରାଯାଇଛି  ।

ଅନ୍ୟପଟେ ପୋଲିସ କମିସନର ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ ଏହି ଲୁଟ ଅଭିଯୋଗ ପାଇଲା ପରେ କଟକ ଡିସିପିଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଯାନ ଚାଲିଥିଲା ।  ପ୍ରଥମେ ଠକେଇ ନେଇ ଜଗତପୁର ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ କମିସଲରେଟ ପୋଲିସର କିଛି ସଦସ୍ୟ ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବେ ବୋଲି କହିଛନ୍ତି ପୋଲିସ କମିସନର   । ଯଦି ତଦନ୍ତ ପାଇଁ ଆବଶ୍ୟକ ପଡ଼େ ତେବେ ଅଭିଯୁକ୍ତ ଅଭୟକୁ ରିମାଣ୍ଡରେ ଅଣାଯିବ ବୋଲି ମଧ୍ୟ କହିଛନ୍ତି  ।

Leave a Reply