ଘରୋଇ ହସ୍ପିଟାଲରେ କୋଭିଡ ପାଇଁ ୫୦% ବେଡ୍, ମୂଲ୍ୟ ଧାର୍ଯ୍ୟ କଲେ ସରକାର

1 min read

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ପାଇଁ ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର । କୋଭିଡ ସଂକ୍ରମଣ ବୃଦ୍ଧି ନମାମଲାକୁ ଦୃଷ୍ଟିରେ ରଖି ସରକାର ଏହି ନିର୍ଦ୍ଦେଶନାମା ଦେଇଛନ୍ତି । ଆଡଭାଇଜରୀ ଅନୁସାରେ ଘରୋଇ ହସ୍ପିଟାଲରେ ୫୦% ବେଡ୍ ସଂରକ୍ଷଣ ରହିବ । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଜେନେରାଲ ଓ ICU ବେଡ୍ ମଧ୍ୟ ସଂରକ୍ଷଣ ହୋଇ ରହିବା ନେଇ କହିଛନ୍ତି ସରକାର ।

ସେପଟେ କୋଭିଡ ଯେଉଁଭଳି ଭାବରେ ଅନେକ କୋଭଡ ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲ ପୂର୍ବରୁ ଫେରାଇଦେଉଥିଲେ, ବର୍ତ୍ତମାନ ତାହା ଉପରେ ରୋକ ଲଗାଇଛନ୍ତି ସରକାର । କୌଣସି କୋଭିଡ ରୋଗୀଙ୍କୁ ନ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ କୋଭିଡ ରୋଗୀଙ୍କ ପାଇଁ ସବୁ ବେଡ୍ ବ୍ୟବହାର କରାଯାଇପାରିବ ।

ସେପଟେ ଏହି ସବୁ ଅନୁଷ୍ଠାନ କୋଭିଡ ଚିକିତ୍ସା ନେଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ । ରୋଗୀଙ୍କ ଠାରୁ ମାତ୍ରାଧିକ ଅର୍ଥ ଦାବି କରିପାରିବେନି । ଅତ୍ୟଧିକ ଫି’ ଦାବିକଲେ ଯଦିବା କୈଣସି ରୋଗୀ ଏନେଇ ଅଭିଯୋଗ କରେ କିମ୍ବା ନଜରକୁ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ତାଗିତ କରାଯାଇଛି । ଅନ୍ୟପଟେ କେଉଁ କ୍ଷେତ୍ରରେ ମେଡିକାଲ କେତେ ଟଙ୍କା ରଖିପାରିବେ ସେନେଇ ଚିକିତ୍ସା ଦର ଧାର୍ଯ୍ୟ କରିଛନ୍ତି ସରକାର ।

ଜେନେରାଲ ବେଡ୍ ପାଇଁ ଦୈନିକ ସର୍ବାଧିକ ୧୨ ଶହ ଟଙ୍କା ଖର୍ଚ୍ଚ ହେବ । ICU ବେଡ୍ ପାଇଁ ଦୈନିକ ସର୍ବାଧିକ ଖର୍ଚ୍ଚ ୨ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଭେଣ୍ଟିଲେଟର ସହ ICU ବେଡ୍ ପାଇଁ ୨ହଜାର ଟଙ୍କା ନେବେ । ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୭୫୦ରୁ ୧୦ହଜାର ଟଙ୍କା ନେବେ । ସାଧାରଣ ବେଡ୍ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ୧୭୫୦ଟଙ୍କା ହେବ । ICU ବେଡ୍ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ୮ହଜାର ଟଙ୍କା ହେବ । ଭେଣ୍ଟିଲେଣ୍ଟର ସହ ICU ବେଡ୍ ଖର୍ଚ୍ଚ ୧୦ହଜାର ଟଙ୍କା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।

Leave a Reply