ଡକାୟତି ଯୋଜନା ଫେଲ: ୧୧ ଜଣଙ୍କୁ ଧରିଲା ପୋଲିସ

କଳାହାଣ୍ଡି: ଫେଲ ମାରିଲା ବ୍ୟାଙ୍କ ଡକାୟତି ଯୋଜନା । ପାଟ୍ରୋଲିଂ ବେଳେ ଲୁଟେରା ଗ୍ୟାଙ୍ଗକୁ ଧରିଲା କଳାହାଣ୍ଡି ପୋଲିସ । ଉତକେଲା ଅଞ୍ଚଳରେ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୬ ଲୁଟେରାଙ୍କ ସହିତ ୫ ସ୍କ୍ରାପ୍ ବ୍ୟବସାୟୀ । ଖୋଲତାଡ଼ ପରେ ସମସ୍ତେ ବାଇକ ଓ ଚାରିଚକିଆ ଯାନ ଚୋରି ରାକେଟରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ । ସେମାନଙ୍କ ନିକଟରୁ ୧୦ ବାଇକ ସମେତ ଗୋଟିଏ ବୋଲେରୋ, ଟାୟାର, ୪ଟି ଦାମୀ ମୋବାଇଲ, କଟିଂ ମେସିନ, ଲୁହା ରଡ୍ ଆଦି ଅନେକ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।