ଝଟକୁଛି ରାଉରକେଲା ଵେଦଵ୍ୟାସ ମନ୍ଦିର

ରାଉରକେଲା: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସିଦ୍ଧ ତିର୍ଥସ୍ଥାନ ଓ ପର୍ଯ୍ୟଟକ ସ୍ଥଳୀ ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଦୃତ ଗତିରେ ଜାରି ରହିଛି । ରଙ୍ଗୀନ ଆଲୋକ ମାଳାରେ ଝଟକୁଛି ମନ୍ଦିର ପରିସର । ଦୁଇଟି କୃତ୍ରିମ ଝରଣା ନିର୍ମାଣ କରାଯାଇଛି । ଵେଦଵ୍ୟାସ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ୧୪ କୋଟି ୫୦ ଲକ୍ଷ ଖର୍ଚ୍ଚ ହୋଇଥିବା ଵେଳେ ପୁଣି ରାଜ୍ୟ ସରକାର ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କି ଉନ୍ନତିକରଣ କାର୍ଯ୍ୟ ତଦାରଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଝଟକୁଛି ରାଉରକେଲା ଵେଦଵ୍ୟାସ ମନ୍ଦିର । ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ଅର୍ଥ । ଦୁଇଟି ପର୍ଯ୍ୟାୟରେ ୨୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୧୪ କୋଟି ୫୦ ଲକ୍ଷ ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ  ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ଏଥିରେ ପର୍ଯ୍ଯଟନସ୍ଥଳୀ ବେଦବ୍ୟାସର ଉନ୍ନତିକରଣ ସହ ଆଲୋକୀ କରଣ କରାଯାଇଛି । ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କି କାର୍ଯ୍ୟର ତଦାରଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମନ୍ଦିରରୁ ରଙ୍ଗୀନ ଆଲୋକରେ ସଜ୍ଜାଯାଇଥିବାବେଳେ ଦୁଇଟି କୃତ୍ରିମ ଝରଣା ନିର୍ମାଣ କରାଯାଇଛି । ଶଙ୍ଖ ନଦୀ, କୋଏଲ ନଦୀ ଓ ସରସ୍ବତୀ କୁଣ୍ଡ ଜଳର ମିଳନ ସ୍ଥଳିରୁ ଵେଦଵ୍ୟାସ ମନ୍ଦିର ନିକଟରେ ଵ୍ରାହ୍ମଣୀ ନଦୀର ଉତ୍ପତ୍ତି ହୋଇଛି । ତ୍ରିବେଣୀ ସଙ୍ଗମ ଭାଵେ ପ୍ରସିଦ୍ଧି ଥିବା ଵେଦଵ୍ୟାସ ତୀର୍ଥସ୍ଥଳୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ସଵୁ ମହଲରେ ସ୍ଵାଗତ କରାଯାଇଛି । ଵାଵା ବାଲୁଙ୍କେଶ୍ୱର, ବାଵା ଚନ୍ଦ୍ରଶେଖର, ହନୁମାନ, ରାଧାଶ୍ୟାମ ମନ୍ଦିର, ଜଗନ୍ନାଥ ମନ୍ଦିରର ନିର୍ମାଣ ସହିତ କିର୍ତ୍ତନ ମଣ୍ଡପ, ଭକ୍ତଙ୍କ ପାଇଁ ଗୃହ, ୪ ଟି ମଣ୍ଡପ, ପ୍ରସାଦ ପ୍ରସ୍ତୁତ ଗୃହ, ବ୍ରାହ୍ମଣୀ ନଦୀ କୁଳରେ ସୌନ୍ଦର୍ଯ୍ୟ କରଣ, ବିଦ୍ୟୁତ କରଣ କରାଯାଇଛି । ମନ୍ଦିରକୁ ଯିବା ରାସ୍ତାରେ  ୨୯ ମିଟର ଲମ୍ବ ଓ ୨୯ ମିଟର ଚଉଡ଼ାର ଗୋଟିଏ ଆକର୍ଷଣୀୟ ଗେଟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।