ରାଉରକେଲା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ରାଉରକେଲା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ । ୨୪ ଵର୍ଷୀୟ ଏନେମ ଲୁଗୁନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀଙ୍କ ଘର ଝିରପାଣି ଥାନା ଅନ୍ତର୍ଗତ ମାଷ୍ଟରଟୋଲି । ଏଏନଏମ ଲୁଗୁନ ହତ୍ୟା ମାମଲାରେ ଗିରଫ ହୋଇ ୨୦୨୧ରୁ ରାଉରକେଲା ସ୍ବତନ୍ତ୍ର ଜେଲ ହାଜତରେ ଥିଲା । ତେବେ ସେ ଅସୁସ୍ଥ ଥିବାରୁ ରାଉରକେଲା, ବୁର୍ଲା ଓ କଟକରେ ଚିକିତ୍ସିତ ହେଉଥିବା ରାଉରକେଲା ସ୍ବତନ୍ତ୍ର ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଆଜି ସକାଳେ ଅବସ୍ଥା ଗୁରୁତର ହେଵାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଇନ ଅନୁସାରେ ମାଜିଷ୍ଟ୍ରେଟ ସ୍ତରୀୟ ଓ  ଜୁଡିସିଆଲ ତଦନ୍ତ ହେଵ ଵୋଲି ରାଉରକେଲା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି ।