୫ ହଜାର କୋଟି ଟଙ୍କା ଦାନ କରି ଦାନୀ ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ଏହି ଦୁଇ ଭାଇ

ନନ୍ଦିଘୋଷ ବ୍ୟୁରୋ: ଦୁଇ ଭାଇଙ୍କ ମହାନତା । ସ୍ବାର୍ଥପର ଦୁନିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଦୁଇଭାଇ । ଆଜିକାଲି ଦୁନିଆରେ କେହି କାହାକୁ ଟଙ୍କାଟେ ମଧ୍ୟ ଦେଉନାହାନ୍ତି । ଦେବା ପୂର୍ବରୁ ୧୦ଥର ଭାବିଥାନ୍ତି । କିନ୍ତୁ ଏମିତି ଦୁଇ ଭାଇ ଅଛନ୍ତି ଯିଏକି ସମାଜସେବା ମନୋବୃତି ନେଇ ୫ ହଜାର କୋଟି ଟଙ୍କା ଦାନ କରିଛନ୍ତି । ସୁଧୀର ମେହେଟା ଏବଂ ତାଙ୍କ ଭାଇ ସମୀର ଏଭଳି ମହତ କାର୍ଯ୍ୟ କରିବାକୁ ଯାଉଛନ୍ତି । ଟରେଣ୍ଟ ଗୃପର ସମ୍ପାଦକ ତଥା ତାଙ୍କ ପିତାଙ୍କ ଜନ୍ମ ଶତବାର୍ଷିକରେ ୫ ହଜାର ଟଙ୍କା ଦାନ କରିବେ । ସ୍ବାସ୍ଥ୍ୟ, ଶିକ୍ଷା, ପରିବେଶ ଏବଂ କଳା କ୍ଷେତ୍ରରେ ଏହି ଟଙ୍କା ଲାଗିବ । ୧ ଏପ୍ରିଲରୁ ୫ ବର୍ଷ ପର୍ଯ୍ୟନ୍ତ ୫ ହଜାର କୋଟି ଅଥବା ୬ ଶହ ମିଲିୟନ ଡଲାର ଦାନ କରିବା ଆରମ୍ଭ କରିଛନ୍ତି । ତାଙ୍କ ପିତା ଅତମଲାଲ ନାଥଭାଇ ମେହେଟ୍ଟା ଏହି କମ୍ପାନୀ ୧୯୫୯ରେ ପ୍ରତିଷ୍ଠା କରିଥିଲେ । ସେହି ବର୍ଷ ବଜାଜ ଅଟୋ ଭାରତରେ ତିନି ଚକିଆ ଯାନ ତିଆରି କରିବାର ଲାଇସେନ୍ସ ନେଇଥିଲା । ଅହମ୍ମଦାବାଦରେ ଏହି କମ୍ପାନୀ ରହିଥିବାବେଳେ ଏହା ଭାରତ ବର୍ଷରେ ଏକ ଜଣାଶୁଣା ଗୃପ୍ ଅଟେ । ଦୁଇ ଭାଇ ଏବେ ଏହି କମ୍ପାନୀ ଚଳାଉଛନ୍ତି ।