ରୁବି ମାୟର୍ସ: ଅଭିନେତା ୧୦୦ ଟଙ୍କା ପାଉଥିବା ବେଳେ ସେ ପାଉଥିଲେ ୫ହଜାର

ମୁମ୍ୱାଇ: ମଇ ୩ରେ ବଲିଉଡ୍‌କୁ ପୂରିବ ୧୦୯ ବର୍ଷ । ଏହି ଦିନ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚଚନ୍ଦ୍ର ରିଲିଜ୍ ହୋଇଥିଲା । ଏହି ଅବସରରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପ୍ରଥମ ସୁପରଷ୍ଟାର ରୁବି ମାୟର୍ସଙ୍କ କାହାଣୀ ।

ରୁବି ମାୟର୍ସଙ୍କ ବା ସୁଲୋଚନାଙ୍କୁ ଭାରତୀୟ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ । ଅତି ସୁନ୍ଦର ଦେଖାଯାଉଥିବା ରୁବି ନିଜ ଅଭିନୟ ସହିତ ବୋଲ୍ଡନେସ୍‌ ପାଇଁ ସମସ୍ତଙ୍କ ଠାରୁ ବେଶ ଆଗରେ ଥିଲେ । ତାଙ୍କ ପୂର୍ବରୁ କିଛି ମହିଳା ଫିଲ୍ମ ଲାଇନ୍‌କୁ ଆସିଥିଲେ କିନ୍ତୁ ରୁବି ନିଜ ଦମରେ ପ୍ରଥମ ମହିଳାର ସୁପରଷ୍ଟାର ହୋଇପାରିଥିଲେ । ସେତେବେଳେ ଭାରତରେ କେବଳ ମୁକ ଚଳଚ୍ଚିତ୍ର ହିଁ ନିର୍ମାଣ ହେଉଥିଲା । ଫିଲ୍ମରେ ନା ଡାଇଲଗ ଥିଲା ନା ଗୀତ । ତଥାପି ବଡ଼ ପରଦାରେ ରୁବିଙ୍କ ଜଲଓ୍ୱା  ଦର୍ଶକଙ୍କୁ ବାନ୍ଧି ରଖୁଥିଲା । କ୍ରେଜ ଏଭଳି ଥିଲା ଯେ, ଯେଉଁଠାରେ ବଡ଼ ବଡ଼ ଅଭିନେତା ମାତ୍ର ୧୦୦ ଟଙ୍କା ପାରିଶ୍ରମିକ ବାବଦକୁ ପାଉଥିବା ବେଳେ ରୁବି ପ୍ରତି ଫିଲ୍ମ ବାବଦକୁ ୫ହଜାର ଟଙ୍କା ପ୍ରାପ୍ୟ ପାଉଥଇଲେ । ସେ ସମୟରେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଦରମା ମଧ୍ୟ ତାହାଠାରୁ ବହୁ କମ୍ ଥିଲା । ୧୯୨୫ରେ ଫିଲ୍ମ ଜଗତରେ ପାଦ ଥାପିଥିବା ରୁବିଙ୍କ ୬୫ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ୧୦୭ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।

Remembering Ruby Myers (1907–10 October 1983), better known by her stage name Sulochana on her 111th birth anniversary. | by Bollywoodirect | Medium

ଯେତେବେଳେ ସାଉଣ୍ଡ ଫିଲ୍ମର ଯାତ୍ରା ଆରମ୍ଭ ହେଲା, ରୁବି ଟିକେ ପଛୁଆ ପଡ଼ିଗଲେ । ମୂଳତ ସେ ବ୍ରିଟିଶର ହୋଇଥିବା ହେତୁ ସେ ହିନ୍ଦୀରେ ବହୁତ ଦୁର୍ବଳ ଥିଲେ । ଏଣୁ ତାଙ୍କୁ ସାଉଣ୍ଡ ଫିଲ୍ମ ଗୁଡ଼ିକରେ ଅଣଦେଖା କରାଗଲା । ଏଣୁ ସେ ପ୍ରାୟ ୧ବର୍ଷର ବ୍ରେକ ନେଇ ହିନ୍ଦୀ ଭାଷରେ ନିଜ ଦଖଲକୁ ମଜବୁତ୍ କରିଥିଲେ । ଏବଂ ପରେ ସେ ନିଜ ପ୍ରଡକସନ୍ କମ୍ପାନୀ ରୁବି ପିକ୍ ଆରମ୍ଭ କଲେ ଏବଂ ବନିଗଲେ ହାଏଷ୍ଟ ପେଡ୍ ଆକ୍ଟ୍ରେସ୍ ।

Remembering Ruby Myers (1907–10 October 1983), better known by her stage name Sulochana on her 111th birth anniversary. | by Bollywoodirect | Medium

ସେତେବେଳର ସମୟରେ ଅଭିନୟକୁ ଅସଭ୍ୟ ପେଶା ଭାବେ ବିବେଚନା କରାଯାଉଥିଲା । କିନ୍ତୁ ରୁବିଙ୍କ ସୁନ୍ଦରତା ମୋହିତ ହୋଇସାରିଥିବା ମୋହନ ଭବନାନି ଜିଦ୍ ଧରିଲେ, ତାଙ୍କୁ ସିନେମାରେ ନେବା ପାଇଁ ଏବଂ ଶେଷରେ ସଫଳ ହୋଇଥିଲେ । ତେବେ ତାଙ୍କ ନିକଟରେ ଅଭିନୟର କୌଣସି ଅଭିଜ୍ଞତା ନଥିଲା । ସେତେବେଳେ ମୁକ ଫିଲ୍ମ ଗୁଡ଼ିକ ରିଲିଜ୍ ହେଉଥିଲା କୌଣସି ଡାଏଲଗ୍, ଗୀତ କିମ୍ୱା ସାଉଣ୍ଡର ବ୍ୟବହାର ହେଉନଥିଲା ।

Ruby Myers

ରୁବି ୧୯୨୫ରେ ରିଲିଜ୍ ଚଳଚ୍ଚିତ୍ର ବୀର ବାଲାରୁ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ଭବନାନିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ରୁବିଙ୍କୁ ଷ୍ଟାର ବନାଇଦେଲା । କିନ୍ତୁ କିଛି ଫିଲ୍ମ ପରେ ସେ ଇମ୍ପରିୟଲ୍ ନାମକ ଏକ ଫିଲ୍ମ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ସେହି କମ୍ପାନୀ ସହ ପ୍ରାୟ ୩୭ ଚଳଚ୍ଚିତ୍ର କରିଥିଲେ । ଟାଇପିଷ୍ଟ ଗାର୍ଲ, ବଳିଦାନ, ଓ୍ୱାଇଲ୍ଡ କେଟ୍ ଅଫ୍ ବମ୍ୱେ ଦର୍ଶକଙ୍କ ଦ୍ୱାରା ବେଶ୍ ପସନ୍ଦ କରାଯାଇଥିଲା । ଫିଲ୍ମ ମାଧୁରୀ, ଅନାରକଲି ଏବଂ ଇନ୍ଦିରା ବିଏ ଭଳି ଚଳଚ୍ଚିତ୍ର ରୁବିଙ୍କୁ ସଫଳ ଅଭିନେତ୍ରୀ ଭାବେ ପରିଗଣିତ କରାଇଥିଲା ।

Film History Pics on Twitter: "RUBY MYERS aka Sulochana (1907 - 1983) Born in Pune in a Baghdadi Jewish family, she was the highest paid star of silent era. She was the

୧୯୭୨ରେ ସୁଲୋଚନାଙ୍କୁ ଭାରତୀୟ ସିନେମାରେ ଦେଇଥିବା ଯୋଗଦାନ ନେଇ ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନୀୟ ଦାଦା ସାହେବ ଫାଲ୍‌କେ ଆଓ୍ୱାର୍ଡ ପୁରସ୍କାର ଦିଆଯାଇଥିଲା । ପରେ ୧୦ ଅକ୍ଟୋବର ୧୯୮୩ ମସିହାରେ ବାର୍ଦ୍ଧକ୍ୟ ଯୋଗୁଁ ଅଲୋଡ଼ା ହୋଇପଡ଼ିଥିବା ରୁବିଙ୍କ ଦେହାନ୍ତ ହୋଇଥିଲା ।