ସାବିତ୍ରୀ ପାଇଁ ବଜାରରେ ପ୍ରବଳ ଭିଡ଼, ଚଢ଼ା ଦରରେ ଚାଲିଛି ବେପାର

Rush In Savitri Market Bhubaneswar

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ବଜାର ସରଗରମ । ଫଳଠାରୁ ଆରମ୍ଭ କରି ଶାଢ଼ି ଦୋକାନ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ଦର ଅଧିକ ଥିଲେ ବି ସବୁ ବଜାରରେ ଅସମ୍ଭାଳ ଭିଡ଼ ଲାଗିଛି । ଫଳ ବଜାରରେ ଆମ୍ବ ଶହେରୁ ଦେଢ଼ଶହ ରହିଥିବା ବେଳେ ଲିଚୁ ୧୨୦ ଟଙ୍କା, ସପୁରୀ ୪୦, ତାଳ ୧୦, ଖଜୁରୀ ୫ ଟଙ୍କାରେ ବିକ୍ରି ହେଉଛି ।

Rush In Savitri Market Bhubaneswar

କେବଳ ଫଳ ଦୋକାନ କାହିଁକି ପୂଜା ସାମଗ୍ରୀ ଦୋକାନରେ ବି ଭାରି ଭିଡ଼ । ଆଜି ରବିବାର ଛୁଟିଦିନ ଥିବାରୁ ଭଲ ବେପାର ଆଶା ରଖିଛନ୍ତି ବ୍ୟବସାୟୀ । ଗ୍ରାହକଙ୍କ ଚାହିଦାକୁ ଦେଖି ରାସ୍ତାକଡ଼ରୁ ଆରମ୍ଭ କରି ଗଳିକନ୍ଦିରେ ଛୋଟବଡ଼ ଦୋକାନରେ ଚାଲିଛି ସାବିତ୍ରୀ ପାଇଁ ମାର୍କେଟିଂ ।