spot_img

Latest Posts

ସୈଫଅଲ୍ଲୀଙ୍କୁ ଛୁରାମାଡ଼ ଘଟଣା : ହଜାରେ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ମୁମ୍ବାଇ ପୋଲିସ

ମୁମ୍ବାଇ ; ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ମାମଲାରେ ଚାର୍ଜସିଟ ଦାଖଲ। ହଜାରେ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ମୁମ୍ବାଇ ପୋଲିସ। ଅଭିଯୁକ୍ତ ଶରିପୁଲ ଇସଲାମଙ୍କ ବିରୋଧରେ ମିଳିଥିବା ସମସ୍ତ ପ୍ରମାଣ ସହ ବ୍ରାନ୍ଦ୍ରା କୋର୍ଟରେ ଅଭିଯୋଗପତ୍ର ଦାଖଲ କରିଛି ମୁମ୍ବାଇ ପୋଲିସ। ଚାର୍ଜସିଟରେ ଗିରଫ ଅଭିଯୁକ୍ତ ସରିଫୁଲ ଇସଲାମ ବିରୋଧରେ ପୋଲିସ ପାଇଥିବା ଅନେକ ପ୍ରମାଣ ରହିଛି। ଚାର୍ଜସିଟରେ ଫରେନସିକ୍ ଲ୍ୟାବ ରିପୋର୍ଟ ମଧ୍ୟ ଉଲ୍ଲେଖ କରାଯାଇଛି। ଅପରାଧ ସ୍ଥଳରୁ ସୈଫ ଅଲ୍ଲୀ ଖାନଙ୍କ ଶରୀର ଏବଂ ଅଭିଯୁକ୍ତଙ୍କଠାରୁ ମିଳିଥିବା ଛୁରୀ ଖଣ୍ଡଗୁଡ଼ିକ ସମାନ ଛୁରୀର ତିନୋଟି ଖଣ୍ଡ ବୋଲି ମୁମ୍ବାଇ ପୋଲିସ ଦର୍ଶାଇଛି। ତଦନ୍ତ ସମୟରେ ପୋଲିସକୁ ମିଳିଥିବା ଅଭିଯୁକ୍ତଙ୍କ ବାମ ହାତର ଫିଙ୍ଗରପ୍ରିଣ୍ଟ ରିପୋର୍ଟ ମଧ୍ୟ ଉଲ୍ଲେଖ କରାଯାଇଛି। ଜାନୁଆରୀ ୧୬ ତାରିଖରେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିଯୁକ୍ତ ଶେହଜାଦ ଡକାୟତି ଉଦ୍ୟମ କରୁଥିବା ଅଭିଯୋଗରେ ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପଶିଯାଇଥିଲେ। ଆକ୍ରମଣରେ ସୈଫଅଲ୍ଲୀ ଖାନ ଗୁରୁତର ଆହତ ହୋଇଥିଲେ। ତାଙ୍କ ଛାତିର ମେରୁଦଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ହୋଇଥିଲା। ଅଭିନେତାଙ୍କୁ ତୁରନ୍ତ ଲୀଳାବତୀ ହସ୍ପିଟାଲକୁ ନିଆଯାଇଥିଲା। ପାଞ୍ଚ ଦିନ ଧରି ଚିକିତ୍ସା ପରେ ଜାନୁଆରୀ ୨୧ରେ ଡିସଚାର୍ଜ ହୋଇଥିଲେ।  ଅଭିଯୁକ୍ତ ଜଣକ ବାଂଲାଦେଶରୁ ଭାରତରେ ପ୍ରବେଶ କରିଥିଲେ ଏବଂ ଶେଷରେ ମୁମ୍ବାଇ ଯିବା ପୂର୍ବରୁ କୋଲକାତାର ଅନେକ ସ୍ଥାନରେ ରହିଥିଲେ ବୋଲି ପୋଲିସ ଚାର୍ଜସିଟରେ ଉଲ୍ଲେଖ କରିଛି।

Latest Posts

Don't Miss