ସମସ୍ୟା ଘେରରେ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ…

ସାଲେପୁର: ସମସ୍ୟା ଘେରରେ କଟକ ନିଶ୍ଚିନ୍ତକୋଇଲି ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ । ସିସିଟିଭି କ୍ୟାମେରା ଅଚଳ । କାନ୍ଥକୁ ଲାଲ କରିଛି ପାନଛେପ । ତଳେ ଗଦା ହୋଇ ପଡିଛି ଗୁଟୁଖା ଖୋଳ । ଶୌଚାଳୟ ବ୍ୟବସ୍ଥା ନକହିବା ଭଲ । ଛାତ୍ରଛାତ୍ରୀ ବସିବା ପାଇଁ କମନରୁମ ଟିଏ ନାହିଁ । ବାରମ୍ବାର ଅଭିଯୋଗ ପରେ ବି କଲେଜ କର୍ତ୍ତୃପକ୍ଷ ଶୁଣୁ ନଥିବା ଅଭିଯୋଗ ହୋଇଛି । ନୂଆ ସରକାରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା କହିଛନ୍ତି ଛାତ୍ରଛାତ୍ରୀ ।
ପାର୍କିଂ ବ୍ୟବସ୍ଥାଟିଏ ବି ନାହିଁ । ଏଣେ ତଣେ ସାଇକେଲ ଓ ମୋଟର ସାଇକେଲ ରଖୁଛନ୍ତି ଛାତ୍ରଛାତ୍ରୀ । କଲେଜ ଚାରି ପଟେ ଥିବା ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାରୁ ବିଭିନ୍ନ ସମୟରେ ଅଣଛାତ୍ର କଲେଜ୍ ପରିସରରେ ପଶି ବିଭିନ୍ନ ଅଘଟଣ ଘଟାଉ ଥିବା ଅଭିଯୋଗ ହୋଇଛି । ସରକାର ଖୁବ ଶୀଘ୍ର କଲେଜ୍ ପାଚେରୀ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦେଖିବାକୁ ବାକି ରହିଲା କେବେ ଛାତ୍ର ଛାତ୍ରୀଙ୍କ ଦୁଃଖ ଦୂର ହେଉଛି, କେବ ସରକାରଙ୍କ ନଜର କଲେଜ ସମସ୍ୟା ଉପରେ ପଡୁଛି ।