spot_img

Latest Posts

‘ସାରେଗାମା ଓଡ଼ିଆ‘ର ଶୁଭାରମ୍ଭ : ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ ‘ୱାନ୍ ଷ୍ଟପ୍ ଡେଷ୍ଟିନେସନ’

ଭୁବନେଶ୍ୱର : ଭୁବନେଶ୍ୱର ମେଫେୟାର ହୋଟେଲରେ ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ “ସାରେଗାମା ଓଡ଼ିଆ”ର ଶୁଭାରମ୍ଭ ହୋଇଯାଇଛି ।ଏହି ନୂଆ ଓଡ଼ିଆ ଚ୍ୟାନେଲ ଦ୍ବାରା ବିବିଧ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରାଯାଇପାରିବ। ‘ସାରେଗାମା ଓଡ଼ିଆ’ରେ ବିବିଧ, ମନଲୋଭା ଏବଂ ଆକର୍ଷଣୀୟ ସଙ୍ଗୀତ ବିଷୟବସ୍ତୁ ସ୍ଥାନ ପାଇବ । ଯେଉଁଥିରେ ଓଡ଼ିଆ ସଙ୍ଗୀତର ଅପାର ପ୍ରତିଭା ଓ ଐତିହାସିକ ଐତିହ୍ୟ ପ୍ରଦର୍ଶିତ ହେବ। ଏହି ଚ୍ୟାନେଲରେ ରୁଚି ଅନୁଯାୟୀ ପାରମ୍ପରିକ ଲୋକଗୀତ ଠାରୁ ଆରମ୍ଭ କରି ଆଧୁନିକ ଗୀତକୁ ନେଇ ସଙ୍ଗୀତ ପରିବେଷଣ କରାଯିବ। ଓଡ଼ିଶା ବଜାରରେ ପ୍ରବେଶ କରି, ସାରେଗାମା ନୂତନ ସଙ୍ଗୀତ ସହ ଓଡ଼ିଶାରେ ନିଜର ଏକ ଦୃଢ଼ ଉପସ୍ଥିତି ସୃଷ୍ଟି କରି ଦର୍ଶକଙ୍କ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଏହି ଚ୍ୟାନେଲର ଶୁଭାରମ୍ଭରେ ଓଡ଼ିଶାର କେତେକ ଆକର୍ଷଣୀୟ ଗୀତମାନ ପ୍ରଦର୍ଶିତ କରାଯାଇଥିଲା।

 

Latest Posts

Don't Miss