ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ ସାଂସଦ ସସ୍ମିତ, କହିଲେ, ବିଜେପି ଶାସିତ ରାଜ୍ୟରେ ଡ୍ରାଇଭରଙ୍କ ପାଇଁ କ’ଣ କରିଛ ସ୍ପଷ୍ଟ କର

ଭୁବନେଶ୍ୱର: ଡ୍ରାଇଭରଙ୍କ ପାଇଁ କ’ଣ କରିଛି ବିଜେପି ସରକାର । ବିଜେପି ଶାସିତ ରାଜ୍ୟରେ ଡ୍ରାଇଭରଙ୍କ ଦାବି ମୁତାବକ ନିଆଯାଇଛି କି ପଦକ୍ଷେପ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ କରି ରାଜନୀତି କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ର ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କ ଦାବି ସମ୍ପର୍କରେ ଓକିଲାତି କରୁଥିବା ବେଳେ ସେହି ଦାବିଗୁଡ଼ିକ ବିଜେପି ଶାସିତ ରାଜ୍ୟରେ ପୂରଣ ହୋଇଛି କି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ଯଦି ବିଜେଡି ସରକାର ଏହି ଦାବି ମାନିବେ ତେବେ ବିଜେପି ଶାସିତ ରାଜ୍ୟ ମଧ୍ୟ ଏହା ପ୍ରୟୋଗ କରିବେ କି ବୋଲି ବୋଲି ଧର୍ମେନ୍ଦ୍ରଙ୍କଠୁ ସ୍ପଷ୍ଟତା ଆଶା କରିଛନ୍ତି ସସ୍ମିତ ।