୫ ଦିନ ରିମାଣ୍ଡରେ ଆସିବ କାଶ୍ମୀର ଠକ ସୟଦ ଇଶାନ ବୁଖାରୀ

1 min read

ଭୁବନେଶ୍ବର: କାଶ୍ମୀର ଠକ ସର୍ଦ୍ଦାର ଇଶାନ ବୁଖାରୀ ରିମାଣ୍ଡର ଆଜି ପ୍ରଥମ ଦିନ । ରୋମିଓର ରାସଲୀଳା ନେଇ ପ୍ରଥମ ଦିନରେ ହେବ ପଚରାଉଚରା । ଉତ୍ତରପ୍ରଦେଶରେ ଥିବା ପତ୍ନୀ ସୋନିଆ ସିଂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ସୟଦ । ମାଇଣ୍ଡ ଓ୍ବାସ୍ ପାଇଁ ପଠାଉଥିଲା ମୋଟିଭେସନ ୟୁଟ୍ୟୁବ ଲିଙ୍କ । କଥା ନମାନିଲେ କରୁଥିଲା ମାନସିକ ଓ ଶାରୀରିକ ଅତ୍ୟାଚାର । ସେହିପରି ଅନ୍ୟ ଯୁବତୀଙ୍କ ସହ କରୁଥିବା ଚାର୍ଟ ମଧ୍ୟ STF ହାତରେ ଲାଗିଛି । ଫୁରସତ ମିଳିଲେ ଆପତ୍ତିଜନକ ଭିଡିଓ ଦେଖୁଥିଲା ବୁଖାରୀ । ମିଛୁଆ ଡାକ୍ତର ରୋଗୀ ଦେଖିବା ପାଇଁ ଗୁଗୁଲକୁ ଗୁରୁ ଭାବେ ମାନିଥିଲା । କେଶ ଝଡ଼ିବା ଠାରୁ କ୍ୟାନସର ଯାଏଁ ଗୁଗୁଲ ସର୍ଚ୍ଚ କରି ଦେଉଥିଲା ମେଡିସିନ । ଜବତ ମୋବାଇଲରୁ ଡାଟା ରିକଭରି ପାଇଁ SFSLକୁ ପଠାଯାଇଛି । ୫ ଦିନ ରିମାଣ୍ଡରେ ଆସିବ କାଶ୍ମୀର ଠକ ସୟଦ ଇଶାନ ବୁଖାରୀ ।୭ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା STF । ରିମାଣ୍ଡ ସମୟରେ ଠକେଇ ନେଇ ହେବ ଅଧିକ ଖୋଳତାଡ଼ । ପିଏମଓରେ ଚାକିରି କରିଥିବା ତଥା ନ୍ୟୁରୋଲୋଜିଷ୍ଟ ଭାବେ ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିଲା ବୁଖାରୀ । ବୁଖାରୀ ଠାରୁ ଅନେକ ଦସ୍ତାବିଜ୍ ଜବତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ୬ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ଯୋଜନା ରହିଛି  । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କୁ କରାଯାଇଥିବା ମେସେଜରୁ ପୁରା ତଥ୍ୟ ବାହାର କରିବା ପାଇଁ SFSLକୁ ପଠାଯାଇଛି ଜବତ ମୋବାଇଲ । ଏନଆଇଏ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ମଧ୍ୟ ମାମଲାର ତଦନ୍ତ କରିବ ।

ଅପରପକ୍ଷେ ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ୭ ଜଣ ମହିଳାଙ୍କୁ ସେ ବିବାହ କରିଥିବା ନେଇ ମିଳିଛି ସୂଚନା । ଖୁବଶୀଘ୍ର ଏହି ୭ ଜଣ ମହିଳାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବ । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କ ସହ ସୋସିଆଲ ମିଡିଆରେ କଥା ହେଉଥିଲା ଅଭିଯୁକ୍ତ । କେରଳର କିଛି ମୌଳବାଦୀଙ୍କ ସମ୍ପର୍କରେ ଥିଲା ଇଶାନ । ପୂର୍ବରୁ ଠକେଇ ସହ ନିଶା କାରବାରରେ ସମ୍ପୃକ୍ତ ଥିବା STF ପକ୍ଷରୁ ସୂଚନା ମିଳିଛି । ଗତକାଲି ଅଭିଯୁକ୍ତକୁ ଯାଜପୁର ନେଉଳପୁରରୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବା ପରେ ରଗଡି ସ୍ଥିତ ଉପକାରାଗାରକୁ ପଠାଯାଇଛି।

ଯାଜପୁର ମିଲତ ନଗର ଭଡାଘରେ ରହିବା ସହ ମାସକୁ ୨୦ ଦିନ ବିଭିନ୍ନ ଆଳ ଦେଖାଇ ରାଜ୍ୟ ବାହାରକୁ ଯାଉଥିଲେ । ୨୦୨୦ରେ ଧର୍ମଶାଳାରେ ଆଧାର କାର୍ଡ ପାଇଁ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ । ତେବେ ଆବଶ୍ୟକୀୟ ଡ଼କୁମେଣ୍ଟ ଦେଖାଇ ନପାରିବାରୁ ଆଧାର କାର୍ଡ ହୋଇପାରି ନଥିଲା।