ସୁପ୍ରିମକୋର୍ଟରେ ପରମବୀର ସିଂହଙ୍କ ଆବେଦନ ଖାରଜ, ‘ମାମଲା ଗମ୍ଭୀର, ପ୍ରଥମେ ଯାଅ ହାଇକୋର୍ଟ’

1 min read
SC Dismissed Parambir Singh's Plea On Anil Deshmukh

ନୂଆଦିଲ୍ଲୀ: ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ଆବେଦନକୁ ସୁ୍ପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପରମବୀର ଚାନ୍ଦା ଆଦାୟ ଅଭିଯୋଗ ଆଣି ସୁପ୍ରିମକୋର୍ଟ ଯାଇଥିଲେ । ପରମବୀରଙ୍କ ପକ୍ଷରୁ ଦାଏର ମାମଲାକୁ ସର୍ବୋଚ୍ଚ ଅଦାଲତ ଗମ୍ଭୀର ବୋଲି କହିଛନ୍ତି । ଏଥିସହ ଏହି ମାମଲାକୁ କାହିଁକି ସୁପ୍ରିମକୋର୍ଟ ଶୁଣାଣି କରିବେ, ହାଇକୋର୍ଟ କାହିଁକି ନୁହେଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

SC Dismissed Parambir Singh's Plea On Anil Deshmukh

ଏଥିସହ ପରମବୀରଙ୍କ ମୁକୁଲ ରୋହତଗୀଙ୍କ କୋର୍ଟ ପ୍ରଶ୍ନ କରିଛନ୍ତି । ୨୨୬ ଅନୁସାରେ କାହିଁକି ମାମଲାର ଶୁଣାଣି ହେବ ନାହିଁ । ଆପଣ କାହିଁକି ସିଧା ସୁପ୍ରିମକୋର୍ଟ ଆସୁଛନ୍ତି, ହାଇକୋର୍ଟ ଯାଉନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିବା ବେଳେ ମୁକୁଲ ରୋହତଗୀ କହିଛନ୍ତି- ଆମେ କୋର୍ଟ ଯିବୁ, ଆପଣ ଆସନ୍ତାକାଲି ଶୁଣାଣି ଲାଗି ନିର୍ଦ୍ଦେଶ ଦିଅନ୍ତୁ ।

ଆଣ୍ଟିଲିଆ ମାମଲାରେ ଏନଆଇଏ ତନାଘନା ପରେ କ୍ରାଇମବ୍ରାଞ୍ଚ ସ୍ପେଶାଲର ଆଇପିଏସ୍ ସଚିନ ୱାଜେଙ୍କୁ ଗିରଫ କରିଥିଲା । ଏହା ପରେ ପରେ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସ କମିଶନର ପଦରୁ ପରମବୀର ସିଂହଙ୍କୁ ଅପସାରଣ କରିଥିଲେ । ପଦରୁ ଅପସାରଣ ପରେ ପରମବୀର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ଚାନ୍ଦା ସଚିନ ୱାଜେଙ୍କୁ ମାଗୁଥିବା ନେଇ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

SC Dismissed Parambir Singh's Plea On Anil Deshmukh

ଏହି ମାମଲାକୁ ମହାରାଷ୍ଟ୍ର ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଦେବେନ୍ଦ୍ର ଫଡ଼ନାବିସଙ୍କ ନେତୃତ୍ୱରେ ବିରୋଧୀ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଅନ୍ୟପଟେ ପରମବୀରଙ୍କ ପକ୍ଷରୁ ଦାଏଲ୍ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply