କରୋନା ପାଇଁ ବୈଜ୍ଞାନିକମାନେ କଲେଣି ନାଳ ପାଣି ପରୀକ୍ଷା !

କରୋନା ଭାଇରସ୍‌ ସାରା ବିଶ୍ୱରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ଆମେରିକାରେ ସବୁଠାରୁ ଅଧିକ ଜୀବନ ନେଇଛି କରୋନା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଅହରହ ପ୍ରାୟସ ଚଳାଇଛନ୍ତି । ଏମିତିକି ବିଭିନ୍ନ ପ୍ରକାର ଉପାୟ ମଧ୍ୟ ଆପଣାଉଛନ୍ତି । ହେଲେ ଏବେ ସୁଦ୍ଧା କୌଣସି ଠୋସ୍‌ ସମାଧାନ ବାହାରି ପାରି ନାହିଁ । ଏହାରି ମଧ୍ୟରେ ବୈଜ୍ଞାନିକମାନେ ଏବେ ନାଳ ପାଣିକୁ ନେଇ ପରୀକ୍ଷା ନିରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି । ବୈଜ୍ଞାନିକମାନେ ଏମିତି ଏକ ସମୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଯେତେବେଳେ କି ଏହି ଭାଇରସ୍‌, ମହାମାରୀର ରୂପ ନେଇ ସାରିଲାଣି ଏବଂ ଏହା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।

ମିଡିଆ ରିପୋର୍ଟ ଅନୁଯାୟୀ, ନାଳ ପାଣୀରୁ ଜଣାପଡ଼ିବ ଯେ କିଭଳି ଲକ୍ଷଣ ନଥାଇ ମଧ୍ୟ ଲୋକମାନେ କରୋନା ସଂକ୍ରମିତ ହେଉଥିବା ରିପୋର୍ଟ ଆସୁଛି । ଏହାସହ ସେମାନେ ଅନ୍ୟକୁ କିଭଳି ସଂକ୍ରମିତ କରୁଛନ୍ତି ତାହା ମଧ୍ୟ ଜଣାପଡ଼ିବ ଏହି ପରୀକ୍ଷାରୁ । ଏଥିପାଇଁ ଏମ୍‌ଆଇଟି ଷ୍ଟାର୍ଟଅପ୍‌ ‘ବିଗୋଟ’ ସହ ଚୁକ୍ତି କରାଯାଇଛି ।

ସୂଚନାଯୋଗ୍ୟ ଗତ ସପ୍ତାହରେ ନ୍ୟୁ କୈସଲରେ ଏମିତି ଏକ ପରୀକ୍ଷା କରାଯାଇଛି, ଯାହାର ଫଳାଫଳ ଆସନ୍ତା ସପ୍ତାହରେ ଆସିବ ବୋଲି ବିଶେଷଜ୍ଞଙ୍କ ଆଶା ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହା ସହାଯ୍ୟରେ ଭାଇରସ୍‌ର ହଟ୍‌ସ୍ପଟ୍‌ ମଧ୍ୟ ଚିହ୍ନଟ କରାଯାଇପାରିବ ।

Leave a Reply