ନାଜାଲ ଭ୍ୟାକ୍ସିନ ଟ୍ରାଏଲକୁ ଅନୁମତି ଦେଲା ଡିସିଜିଆଇ

1 min read

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ନାଜାଲ କୋଭିଡ ଟିକା । ଫେଜ-୩ ବୁଷ୍ଟର ଡୋଜର ଟ୍ରାଏଲ ଲାଗି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ନାଜାଲ ଭାକ୍ସିନ BBV154କୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡିସିଜିଆଇ । ଏନେଇ ବସିଥିବା ଏସଇସି ବୈଠକରେ ପକ୍ଷରୁ ନାଜାଲ ଟିକାକୁ ଗ୍ରୀନ ସିଗନାଲ ମିଳିଛି ।

କୋଭାକ୍ସିନ ଓ କୋଭିସିଲ୍ଡ ନେଇସାରିଥିବା ୫ ହଜାର ଲୋକଙ୍କ ନିକଟରେ ଏହି ନାଜାଲ ଭାକ୍ସିନ ଟେଷ୍ଟ ଲାଗି ଡିସିଜିଆଇ ନିର୍ଦ୍ଦେଶ ଦେଇଛନ୍ତି । ମଞ୍ଜୁରୀ ପାଇଁ ପ୍ରୋଟୋକଲ ଦାଖଲ ଲାଗି ଭାରତ ବାୟୋଟେକକୁ କହିଛନ୍ତି ଡିସିଜିଆଇ । ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ନିମନ୍ତେ ପୂର୍ବରୁ ଅନୁମତି ଦିଆଯାଇଥିଲା । ଏହି ଔଷଧ ଆଇଜିଜି, ମ୍ୟୁକୋସାଲ ଆଇଜିଏ, ଟି-ସେଲଗୁଡିକୁ ନଷ୍ଟ କରିଦେଇଥାଏ । ଏହି ଟିକା ନେଲେ ସଂକ୍ରମଣ ରୋକାଯିବା ସହ ରୋଗୀର ମଧ୍ୟ ପ୍ରତିରୋଧକ ଶକ୍ତି ବଢିଥାଏ । ଦ୍ବିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ୬ ମାସ ପ୍ରଭେଦ ରହିବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଟିକା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

Leave a Reply