spot_img

Latest Posts

ତାମିଲନାଡୁ ରାଜନୀତିରେ ଘଡିକେ ଛୁଟୁଛି ଘୋଡ଼ା, ସୁପରଷ୍ଟାର ବିଜୟଙ୍କ ଦଳରେ ମିଶିଲେ କେ.ଏ. ସେଙ୍ଗୋତ୍ତାୟାନ

ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁ ରାଜନୀତିରେ ଘଡିକେ ଛୁଟୁଛି ଘୋଡ଼ା। ଏଆଇଏଡିଏମକେରୁ ବହିଷ୍କୃତ ବରିଷ୍ଠ ନେତା କେ.ଏ. ସେଙ୍ଗୋତ୍ତାୟାନ ସାମିଲ ହୋଇଛନ୍ତି ସୁପରଷ୍ଟାର ବିଜୟଙ୍କ ତାମିଲଗା ଭେଟ୍ରି କାଜାଗମ ବା ଟିଭିକେରେ। ଫଳରେ ବଢ଼ିଛି ଟିଭିକେର କ୍ରେଜ। ଶହ ଶହ ସମର୍ଥକଙ୍କ ଗହଣରେ ସେ ଟିଭିକେରେ ସାମିଲ ହୋଇଛନ୍ତି। ଗୋବିଚେଟ୍ଟିପାଲାୟମରୁ ବିଧାୟକ ଥିବା ସେଙ୍ଗୋତ୍ତାୟାନ ଗତକାଲି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ୧୯୭୭ରେ ଏଆଇଏଡିଏମକେ ଗଠନ ହେବା ପରେ କ୍ଷମତାକୁ ଆସିବା ପରଠାରୁ ସେଙ୍ଗୋତ୍ତାୟାନ ୯ ଥର ବିଜୟୀ ହୋଇଆସିଥିଲେ। ସେ ଏମ.ଜି. ରାମଚନ୍ଦ୍ରନ ଓ ଜେ. ଜୟଲଳିତାଙ୍କ ଘନିଷ୍ଠ ଥିଲେ। ଗତ ସେପ୍ଟେମ୍ବର ୫ରେ ସେ ଏଆଇଏଡିଏମକେ ସାଧାରଣ ସମ୍ପାଦକ ଇ. କେ. ପାଲାନିସ୍ବାମୀଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିଥିଲେ। ବହିଷ୍କୃତ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭାମ, ଟିଟିଭି ଦିନାକରନ ଓ ଭି.କେ. ଶଶିକଳାଙ୍କୁ ପୁଣି ଦଳରେ ସାମିଲ କରିବା ଲାଗି ସେ ଦାବି କରିବା ପରେ ବିଦ୍ରୋହ ସୃଷ୍ଟି ହୋଇଥିଲା। ଏହି ଦାବି କରିବାରୁ ତୁରନ୍ତ ତାଙ୍କୁ ଦଳୀୟ ପଦପଦବିରୁ ବାହାର କରାଯାଇଥିଲା। ପରେ ତାଙ୍କୁ ବହିଷ୍କାର କରାଯାଇଥିଲା। ପରେ ସେ ପନିରସେଲଭାମ ଓ ଦିନାକରନଙ୍କ ସହ ଖୋଲାଖୋଲି ହାତ ମିଳାଇଥିଲେ।

Latest Posts

Don't Miss