କୋରନା ଯୋଗୁ ଭୁଶୁଡ଼ିଲା ଶେୟାର ମାର୍କେଟ, ୭ଲକ୍ଷ କୋଟିର କ୍ଷତି ସହିଲେ ଇନଭେଷ୍ଟର

ନୂଆଦିଲ୍ଲୀ: ଭୁଶୁଡ଼ିଲା ଶେୟାର ମାର୍କେଟ। ମହାରାଷ୍ଟ୍ରରେ କରୋନା କହର ଯୋଗୁ ସେନସେକ୍ସରେ ବଡ଼ ଧରଣର କ୍ଷତି ହୋଇଛି । ପ୍ରାୟ ୭ଲକ୍ଷ କୋଟିର କ୍ଷତି ସହିଲେ ଇନଭେଷ୍ଟର। ଦେଶରେ କରୋନା କହର ଲାଗି ରହିଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଟକଣା ବଢ଼ାଉଥିବାବେଳେ ସମ୍ପୂର୍ଣ୍ଣ ଲକ୍ଡାଉନ ଲଗାଇବାକୁ ଯୋଜନା କରାଯାଉଛି । ଏହାର ବିଶେଷ ପ୍ରଭାବ ପଡ଼ିଛି ଶେୟାର ମାର୍କେଟ ଉପରେ।

ସୋମବାର ସକାଳୁ ଭାରତୀୟ ସେୟାର ବଜାରରେ ବଡ଼ ଧରଣର କ୍ଷତି ଦେଖିବାକୁ ମିଳିଛି । ଲସରେ ମାର୍କେଟ୍ ଖୋଲିଥିବା ବେଳେ ସେନ୍ସେକ୍ସ ଓ ନିଫ୍ଟି ଲଗାତାର ଖସି ଚାଲିଛି । ପ୍ରାୟ ସବୁ ସେକ୍ଟରର ଶେୟାର ୩ରୁ ୪ ପ୍ରତିଶତ ଖସୁଥିବା ଦେଖାଯାଇଛି । ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ପାଇନାନ୍ସ, ଏସବିଆଇ, ବଜାଜ୍ ଅଟୋ, ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ଓ ଏଚଡିଏଫସି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ସେୟାର ବହୁ ଲସରେ ଚାଲିଛି।

ଏ ସମସ୍ତ ବ୍ୟାଙ୍କିଂ ସେକ୍ଟରଗୁଡ଼ିକ ୭ ଦଶମିକ ୮୨ ପ୍ରତିଶତ ଲସରେ ଚାଲିଛି । ଅଟୋ ସେକ୍ଟରରେ ବି ୮ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ଦିନ ୧୨ଟା ସୁଦ୍ଧା ସେନସେକ୍ସ ୧୫୦୦ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୧୪ ହଜାର ୪୫୦ରେ ପହଞ୍ଚିଛି।

Leave a Reply