ଉତ୍କଳ ହସ୍ପିଟାଲ ରୋଡରେ ଆତଙ୍କ, କାରକୁ ଧକ୍କା ଦେଲା କାର୍

ଭୁବନେଶ୍ୱର: ଉତ୍କଳ ହସ୍ପିଟାଲ ନୂଆ ରୋଡରେ ସିରିଜ ଦୁର୍ଘଟଣା । ସ୍କୁଟି ସହିତ ଅନ୍ୟ ଏକ କାରକୁ ଧକ୍କା ଦେଲା କାର୍ । ଦୁର୍ଘଟଣାଲେ ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ଖସି ପଳାଇବାକୁ ଉଦ୍ୟମ ବେଳେ କାର୍ ଡ୍ରାଇଭରକୁ କାବୁ କରିଛନ୍ତି ସ୍ଥାନୀୟ ଲୋକ । ସନ୍ଧ୍ୟା ସମୟରେ ପ୍ରଥମେ ସ୍କୁଟି ଧକ୍କା ଦେଇଥିଲା କାର୍ ।

ପରେ ଦୁର୍ଘଟଣା ଘଟାଇ ସେଠାରୁ ଖସି ପଳାଇବାକୁ ଉଦ୍ୟମ ବେଳେ ଆଉ ଏକ କାରକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭରକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି ଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ।