ନୀଳଗିରିରେ ଆକ୍ସନ ମୁଡରେ ପ୍ରଶାସନ, ମାଟିରେ ମିଶିଲା ବେଆଇନ ଇଟାଭାଟି

1 min read

ନୀଳଗିରି: ମାଟିରେ ମିଶିଲା ବେଆଇନ ଭାଟି । ନୀଳଗିରି ଅଞ୍ଚଳରେ ଗଢ଼ିଉଠିଥିବା ବେଆଇନ ଇଟାଭାଟି ଭାଙ୍ଗିବା ଜାରି ରହିଛି । ଚଳିତବର୍ଷ ବେଆଇନ ଇଟାଭାଟିକୁ ଲଗାଯାଇଥିବା ପେନାଲ୍ଟି ଦେଇନଥିବାରୁ ଆଜି ତିନୋଟି ଇଟାଭାଟି ଭଙ୍ଗାଯାଉଛି । ପ୍ରାଥମିକ ଭାବରେ ଅସ୍ତିଆ ଛକ ନିକଟରେ bsb ଭାଟି ଭଙ୍ଗାଯାଇଥିବା ବେଳେ ବାରାକୋଇଲି ନିକଟରେ ଥିବା ମାମା ନାମକ ଏକ ଭାଟି ଭଂଗାଯାଇଛି । ଏହାପରେ ରାଜ୍‌ ନାମକ ଏକ ଇଟାଭାଟି ଭଂଗା ଚାଲିଥିବା ତହସିଲଦାର ସୂଚନା ଦେଇଛନ୍ତି । ଆଗକୁ ସମସ୍ତ ଇଟାଭାଟି ଭଂଗାଯିବା ନେଇ ବି ତହସିଲଦାର ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାରଙ୍କ ସମେତ ଅଢେଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଗ୍ନିଶମ, ବନ ବିଭାଗ ଏବଂ ଦୁଇଜଣ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି ।