ଗଞ୍ଜେଇ ପ୍ରସଙ୍ଗରେ ଶଶୀଙ୍କ ସମାଲୋଚନା

1 min read

ନୂଆଦିଲ୍ଲୀ: ଗଞ୍ଜେଇ ଅତି ବିପଦପୂର୍ଣ୍ଣ ଡ୍ରଗ୍ସ ଶ୍ରେଣୀରେ ରହିବ କି ନାହିଁ ସେନେଇ ବିଚାର ହେଉଥିଲା । ଏପ୍ରସଙ୍ଗରେ ଭାରତ ଏହାକୁ ଅତି ବିପଦପୂର୍ଣ୍ଣ ଶ୍ରେଣୀରୁ ବାହାର କରିବା ସପକ୍ଷରେ ମତ ରଖିଛି । ଅର୍ଥାତ୍ ଗଞ୍ଜେଇକୁ ଭାରତ ଏକ ଅତି ବିପଦପୂର୍ଣ୍ଣ ଡ୍ରଗ୍ସ ବୋଲି ମନେ କରୁନାହିଁ । ତେବେ କେନ୍ଦ୍ର ସରକାରଙ୍କର ଏଭଳି ଆଭିମୁଖ୍ୟ ପରେ ଦେଶର ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି ।

କଂଗ୍ରେସ ସାଂସଦ ଶଶୀ ଥରୁର୍ ବିଜେପିଶାସତି କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ ଦୋମୁହାଁ ବୋଲି ଉଲ୍ଲେଖ କରିଛନ୍ତି । ଏନେଇ ସେ ପୋଷ୍ଟ କରିଛନ୍ତି ଓ ଫେସବୁକ ପେଜରେ ଲେଖିଛନ୍ତି ଯେ ୨ ବର୍ଷ ତଳେ କଂଗ୍ରେସ ପକ୍ଷରୁ ସମାନ କଥା କୁହାଯାଇଥିବା ବେଳେ ବିଜେପି ଏହାକୁ ବିରୋଧ କରିଥିଲା ।ଏଭଳି ପ୍ରସ୍ତାବ ମୁଁ ନିଜେ ସଂସଦରେ ରଖିଥିଲେ ଓ ଏଥିପାଇଁ ମୋତେ ସମାଲୋଚିତ କରାଯାଇଥିଲା ।

ତାଙ୍କ ପୋଷ୍ଟର ମୋଟାମୋଟି ଅର୍ଥଟି ହେଉଛି- ଯଦିଓ ସେ ଗଞ୍ଜେଇ କେବେ ମଧ୍ୟ ବ୍ୟବହାର କରିନାହାନ୍ତି, ୨ ବର୍ଷ ତଳେ ଗଞ୍ଜେଇକୁ ଏକ କୋହଳ ଡ୍ରଗ୍ସ ଶ୍ରେଣୀକୁ ଆଣିବା ପାଇଁ ସଂସଦରେ ପ୍ରସ୍ତାବ ଦେଇଥିଲେ । ମାତ୍ର ସେତେବେଳ ତାଙ୍କୁ ସମାଲୋଚନା କରାଯାଇଥିଲା । ମାତ୍ର ନିକଟ ଅତୀତରେ ଡ୍ରଗ୍ସ ଲିଙ୍କରେ ଏନସିବି ବଲିଉଡ ଅଭିନେତ୍ରୀ ଓ କିଛି କଳାକାରଙ୍କୁ ଗିରଫ ମଧ୍ୟ କଲେ । ଗଞ୍ଜେଇକୁ ଯଦି କୋହଳ ଶ୍ରେଣୀକୁ ଅଣାଯିବ ତେବେ ଏଥିପାଇଁ ଥିବା ଆଇନ ଏତ କଡ଼ାକଡ଼ି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ କେବଳ ଶଶୀ ଥରୁର୍ ନୁହେଁ ଦେଶରେ ଅନେକ ପ୍ରମୁଖ ବ୍ୟକ୍ତି ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି ।

 

Leave a Reply