ସହିଦ୍ ବୀରଙ୍କ ସମ୍ମାନାର୍ଥେ ଓଡ଼ିଆ ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

1 min read

ନୂଆଦିଲ୍ଲୀ: ବୀରତା, ସାହସିକତା ଓ ଆତ୍ମ ବଳିଦାନ ପାଇଁ ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ । ଓଡ଼ିଶା ପୋଲିସର ଦୁଇ କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

୮ ସେପ୍ଟେମ୍ବର ୨୦୨୦ କଳାହାଣ୍ଡି ମଦନପୁର-ରାମପୁରରେ ସର୍ଚ୍ଚ ଅପରେସନ ବେଳେ ପୋଲିସ ଟିମ୍ ସହ ସୁଧୀର ଓ ଦେବାଶିଷ ସାମିଲ ଥିଲା । ଏହାପର ଦିନ ସିରକି ଗାଁ ନିକଟରେ ଥିବା ଏକ ପାହାଡ଼ ଉପରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଟିମ୍ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଦେବାଶିଷ ଓ ସୁଧୀର ବୀରତାର ସହ ମାଓ ଗୁଳିର କଡ଼ା ଜବାବ ଦେଇ ସାଧାରଣ ଲୋକଙ୍କ ସୁରକ୍ଷା କରିଥିଲେ । ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇଥିବା ବେଳେ ସହିଦ ହୋଇଥିଲେ ଦେବାଶିଷ ଓ ସୁଧୀର । ଆଜି ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ସେମାନଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ।