ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କୁ EOWର ଜେରା
1 min read
ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କୁ EOWର ଜେରା। ଜଣେ ବ୍ୟବସାୟୀଙ୍କୁ ୬୦ କୋଟି ଠକେଇ ମାମଲାରେ ପଚରାଉଚରା କରିଛି ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାକା EOW। ଦୀର୍ଘ ସାଢେ ୪ ଘଣ୍ଟା ଧରି EOWର ଟିମ ପଚରାଉଚରା କରିଛନ୍ତି। ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମେତ ମୋଟ ୫ ଜଣଙ୍କ ବୟାନ ରେକର୍ଡ କରିଛି ଇଓଡବ୍ଲୁ। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ରାଜେନ୍ଦ୍ର ଭୁତାଡାଙ୍କ ବୟାନ ରେକର୍ଡ କରିଥିଲା ତଦନ୍ତକାରୀ ସଂସ୍ଥା। ଭୁତାଡାଙ୍କୁ ଏହି ମାମଲାରେ ସାକ୍ଷୀ ଭାବରେ EOW କାର୍ଯ୍ୟାଳୟକୁ ଡକାଯାଇଥିଲା। ଭୁତାଡା ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡର ଜଣେ କର୍ମଚାରୀ। ରାଜ କୁନ୍ଦ୍ରା ଏବଂ ଅଭିନେତ୍ରୀ ଶିଳ୍ପା ବେଷ୍ଟ ଡିଲ ପ୍ରାଇଭେଟ ଲିମିଟେଡ ନାମରେ ଏକ ଅନଲାଇନ ସପିଙ୍ଗ ଏବଂ ଖୁଚୁରା ବିକ୍ରି ନେଇ ଏକ ପ୍ଲାଟଫର୍ମ କରିଥିଲେ। ଉଭୟ ରାଜ ଏବଂ ଶିଳ୍ପା ସେଟ୍ଟି ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ। ବ୍ୟବସାୟୀ ଦୀପକ କୋଠାରୀଙ୍କୁ ପ୍ରାୟ 60 କୋଟି ଠକେଇ କରିଥିବା ଅଭିଯୋଗରେ ଅଗଷ୍ଟ 14 ତାରିଖରେ ମାମଲା ହୋଇଥଲା। ଉଭୟଙ୍କ ବିରୁଦ୍ଧରେ ଜୁହୁ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। ରାଜ କୁନ୍ଦ୍ରା ତଦନ୍ତକାରୀଙ୍କ ସମ୍ମୁଖରେ ଦାବି କରିଛନ୍ତି ଯେ ଅର୍ଥର କିଛି ଅଂଶ ବଲିଉଡ୍ ଅଭିନେତା ବିପାଶା ବସୁ, ନେହା ଧୂପିଆ ଏବଂ ପ୍ରଯୋଜିକା ଏକତା କପୁରଙ୍କୁ ସେମାନଙ୍କର ବୃତ୍ତିଗତ ଫିସ୍ ଭାବରେ ଦେଇଥିଲେ। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା EOW ସମ୍ମୁଖରେ ଏହି ତଥ୍ୟ ରଖିଥିଲେ। ମାମଲାରେ ରାଜ କୁନ୍ଦ୍ରା ଏବଂ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଅନ୍ୟମାନଙ୍କ ସହିତ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି।